
ଇଟାଲୀ ସରକାର ଆଣିଲେ ନୂଆ ଆଇନ। ଦୁଷ୍କର୍ମକାରି ଓ ଶିଶୁ ଯୌନଶୋଷଣକାରୀଙ୍କୁ ମିଳିବ କଡା ଦଣ୍ଡ । ଅପରାଧୀ ଏବେ କେମିକାଲ କ୍ୟାଷ୍ଟ୍ରେସନ ଦଣ୍ଡରେ ଦଣ୍ଡିତ ହେବେ। କେମିକାଲ କ୍ୟାଷ୍ଟ୍ରେସନ ଏକ ଔଷଧ ଆଧାରିତ ଚିକିତ୍ସା। ଏଥିରେ ଏପରି ଔଷଧ ଦିଆଯାଏ ଯାହା ଅପରାଧୀଙ୍କ ଯୌନ ଆକାଙକ୍ଷା କମେଇ ଦିଏ।
ଏହି ଚିକିତ୍ସା ସମ୍ପୂର୍ଣ୍ଣ ସ୍ୱେଚ୍ଛିକ ଅର୍ଥାତ ଅପରାଧୀ ଚାହିଁଲେ ନିଜ ଇଛାରେ ଗ୍ରହଣ କରିପାରିବେ। ଯଦି ଅପରାଧୀ ଏହି ଚିକିତ୍ସାକୁ ସ୍ୱୀକାର କରେ ତେବେ ତା ଦଣ୍ଡ କୋହଳ ହୋଇପାରେ। ଇଟାଲୀରେ ଅଧିକ ରୁ ଅଧିକ ଯୌନ ଅପରାଧ ବଢ଼ିବାରୁ ଏପରି ଆଇନ ତିଆରି ହୋଇଛି । ଶିଶୁ ମାନଙ୍କ ପ୍ରତି ମଧ୍ୟ ବଢିଚାଲିଛି ଦୁଷ୍କର୍ମ ମାମଲା। ଏହି ସବୁ ଅପରାଧ ପାଇଁ ଏବେ ଦେଶରେ ଜନଅସନ୍ତୋଷର କାରଣ ପାଲଟିଛି। ପ୍ରଧାନମନ୍ତ୍ରୀ ଜିୟୋର୍ଜିୟା ମେଲୋନୀଙ୍କ ସରକାର ଓ ଲିଗ୍ ପାର୍ଟି ଏହି ପ୍ରସ୍ତାବକୁ ସମର୍ଥନ କରୁଛି। ଏହି ଦଣ୍ଡଦ୍ୱାରା ଦ୍ୱିତୀୟବାର ଅପରାଧକୁ ନିୟନ୍ତ୍ରଣ କରାଯାଇ ପାରିବ।
କିଛି ଡାକ୍ତରଙ୍କ ଅନୁସାରେ ଅପରାଧୀ ଯୌନ ଅପରାଧ କେବଳ ଯୌନ ଇଛା କାରଣରୁ ହୁଏ ନାହିଁ, ବରଂ ଆକ୍ରୋଶ ଓ ନିୟନ୍ତ୍ରଣ ଭାବନାରେ ମଧ୍ୟ ଏହି ଅପରାଧ ହୋଇଥାଏ। ତେବେ ସରକାର ନୂଆ ଆଇନ ଉପରେ ଏବେ କାମ ଆରମ୍ଭ କରିଦେଇଛନ୍ତି।