ପାରାଦ୍ୱୀପରେ ଉଦଘାଟିତ ହେଲା ଏଚଡିଏଫସି ବ୍ୟାଙ୍କର ନୂତନ ଶାଖା

()ପାରାଦ୍ୱୀପରେ ଉଦଘାଟିତ ହୋଇଯାଇଛି ଏଚଡିଏଫସି ବ୍ୟାଙ୍କର ନୂତନ ଶାଖା । ମଧୁବନ ବ୍ୟାଙ୍କ ଷ୍ଟ୍ରିଟରେ ଥିବା ଟ୍ରେଡ଼ସେଣ୍ଟର ରେ ଏଚଡିଏଫସି ପାରାଦ୍ୱୀପ ପୋର୍ଟ ଶାଖାକୁ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ପି ଏଲ ହରାନାଦ । ଦୀର୍ଘଦିନ ଧରି ଗ୍ରାହକ ମାନଙ୍କ ତରଫରୁ ପାରାଦ୍ୱୀପ ଟାଉନସିପରେ ଏଚଡ଼ିଏଫସି ବ୍ୟାଙ୍କ ଖୋଲାଯିବାକୁ କରାଯାଉଥିବା ଦାବି ହୋଇଆସୁଥିବା ବେଳେ ଆଜି ତାହା ସାକାର ହୋଇଛି ।

ଟ୍ରେଡ଼ ସେଣ୍ଟରରେ ନୂତନ କରି ଏଚଡିଏଫସି ପୋର୍ଟ ଶାଖା ଖୋଲାଯିବା ସହିତ ଗ୍ରାହକ ମାନେ ଏଠାରେ ନିଜର ନୂତନ ଖାତା ଖୋଲିବା ସହିତ ସମସ୍ତ ପ୍ରକାର ନେଣଦେଣ କରିପାରିବେ । ଏବଂ ତା ସହିତ ସମସ୍ତ ପ୍ରକାର ଋଣ ସୁବିଧା ଉପଲବ୍ଧ ରହିଥିବା ନେଇ କହିଛନ୍ତି ଏଚଡିଏଫସି ବ୍ୟାଙ୍କର କ୍ଳଷ୍ଟର ହେଡ଼ ସଂଗ୍ରାମ ଦାସ ।

Leave a Reply

Your email address will not be published. Required fields are marked *