ପୀର ବାବାଙ୍କ ପୀଠରେ ନବୀନଙ୍କ ଆରୋଗ୍ୟ କାମନା କଲେ ମୁସଲିମ ଭାଇ ଭଉଣୀ

ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତଥା ଆଧୁନିକ ଓଡ଼ିଶାର ନିର୍ମାତା ,ବର୍ତ୍ତମାନର ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ପୀର ବାବାଙ୍କ ପୀଠରେ ଚାଦର ଚଢାଇବା ସହ ପୂଜାର୍ଚ୍ଚନା କଲେ ଚାନ୍ଦବାଲିର ମୁସଲମାନ ଭାଇ ଭଉଣୀ । ଚାନ୍ଦବାଲି ଏନ ଏ ସି ଅନ୍ତର୍ଗତ ଗୋଲାଆଡିଆ ବସ୍ତିର ମୁସଲମାନ ଭାଇ ଭଉଣୀଙ୍କ ସହ ଚାନ୍ଦବାଲି ବିଧାୟକ ଡ଼ଃ ବ୍ୟୋମକେଶ ରାୟ ଯୋଗ ଦେଇ ପୀର ବାବାଙ୍କ ପୀଠରେ ପୂଜାର୍ଚ୍ଚନା କରିବା ସହ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ।