ଯଦି ଝିଅଟିଏ ନା କହିଦିଏ, ତ ତାର ଅର୍ଥ ହେଉଛି ନା | ସତ୍ୟପ୍ରେମ କି କଥା ଚଳଚ୍ଚିତ୍ରଟି ସମାଜକୁ ଏହି ବାର୍ତ୍ତା ଦେଇଛି। ସମାଜର ଛୋଟ ମାନସିକତା, ଝିଅଙ୍କ ପ୍ରତି ତିଚ୍ଛ ମାନସିକତାକୁ ଏହି ଫିଲ୍ମରେ ବିରୋଧ କରାଯାଇ ଦେଇଛି ଏକ ବଡ ସନ୍ଦେଶ। ଏଥିସହ ଚଳଚ୍ଚିତ୍ରଟି ଆମ ସମାଜକୁ ଦର୍ଶାଇଛି କି, ଛୋଟ ପୋଷାକ ପିନ୍ଧିବା ହେତୁ ନୁହେଁ ବରଂ ଖରାପ ଚିନ୍ତାଧାରା ପାଇଁ ବଳାତ୍କାର ହୋଇଥାଏ।
ଏମିତି କିଛି ବିଷୟ ବସ୍ତୁକୁ ନେଇ ନିର୍ମିତ ହୋଇଛି ସତ୍ୟପ୍ରେମ କି କଥା ଚଳଚ୍ଚିତ୍ରଟି। ଏଥିରେ ମୁଖ୍ୟ ଚରିତ୍ରରେ ରହିଛନ୍ତି କାର୍ତ୍ତିକ ଆର୍ଯ୍ୟନ୍ ଓ ଅଭିନତ୍ରୀ କିଆରା | ପ୍ରେମରେ ବିଫଳ ହୋଇ ହେବା ପରେ କିପରି ପରିବାର ବର୍ଗ ତାଙ୍କ ଉପରେ ବିବାହ ପାଇଁ ଚାପ ପକାଇଛନ୍ତି ତାହା ଫିଲ୍ମରେ ଦେଖିବାକୁ ମିଳିଛି। କିଆରା ଆଡଭାନୀ ଫିଲ୍ମରେ ଏକ ଧନୀ ପରିବାରର ଝିଅ ହୋଇଥିବା ବେଳେ ତାଙ୍କ ବୟଫ୍ରେଣ୍ଡ ତାଙ୍କୁ ଧୋକା ଦିଅନ୍ତି । ହେଲେ ସତ୍ୟପ୍ରେମ କିଆରାଙ୍କ ପ୍ରେମରେ ପଡିଯାଆନ୍ତି। ସତ୍ୟପ୍ରେମ କଥା ବା କିଆରାଙ୍କ ପରିବାର ସହ ସମ୍ପର୍କ ସ୍ଥାପନ କରି ବିବାହ କରନ୍ତି । କିନ୍ତୁ ବିବାହ ପରେ ଏକ ରହସ୍ୟ ଉପରୁ ଉଠିଯାଏ ପରଦା ଆଉ ସତ୍ୟପ୍ରେମଙ୍କ ପ୍ରେମ ଠିଆହୁଏ ଦୁଇଛକିରେ।
ଆଗକୁ କ’ଣ ହେଉଛି, ସେ ସବୁ ଜାଣିବା ପାଇଁ ଆପଣଙ୍କୁ ଯିବାକୁ ପଡିବ ସିନେମା ହଲକୁ I ସାମ୍ପ୍ରତିକ ସ୍ଥିତିରେ ଝିଅ ଟିଏ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାକୁ ନେଇ ଫିଲ୍ମଟି ନିର୍ମିତ ହୋଇଥିବା ବେଳେ ଏହା ଏକ ହାଲକା ଫୁଲ୍କା ରୋମାଣ୍ଟିକ୍ ଚଳଚ୍ଚିତ୍ର | ଟ୍ରେଲରକୁ ଦେଖି ଲାଗୁନଥିଲା କି ଚଳଚିତ୍ରଟିରେ ଏହି ବାର୍ତ୍ତା ରହିବ, କିନ୍ତୁ ଫିଲ୍ମଟି ଆପଣଙ୍କୁ ଚକିତ କରିବ। କାର୍ତ୍ତିକ ଏବଂ କିଆରାଙ୍କ ପ୍ରଶଂସକମାନେ ସେମାନଙ୍କୁ ଦେଖି ଖୁବ ମଜା ଉପଭୋଗ କରିବେ।
ଏଥିରେ କାର୍ତ୍ତିକଙ୍କ କାମ ଖୁବ ପ୍ରଂସନୀୟ ହୋଇଛି | ଚଳଚିତ୍ରରେ ସେ ଗୁଜୁରାଟୀ ଭାଷାକୁ ଚମତ୍କାର ଭାବରେ ଉପସ୍ଥାପନା କରିଛନ୍ତି | କିଆରା ମଧ୍ୟ କମାଲ ପ୍ରଦର୍ଶନ କରିଛନ୍ତି ଫିଲ୍ମରେ| ସେ କଥାର ଭୂମିକାରେ ସମ୍ପୂର୍ଣ୍ଣ ରୂପେ ଫିଟ୍ ହେବା ସହ , ଗୁଜୁରାଟୀ ଭାଷାରେ ମଧ୍ୟ ଚମତ୍କାରିତା ଦେଖାଇଛନ୍ତି। ଫିଲ୍ମରେ କାର୍ତ୍ତିକଙ୍କ ପିତାମାତା ଭୂମିକାରେ ଗଜରାଜ ରାଓ ଏବଂ ସୁପ୍ରିୟା ପାଠକ ମଧ୍ୟ ଭଲ ଅଭିନୟ କରିଛନ୍ତି। ରାଜପାଲ ଯାଦବଙ୍କୁ ମଧ୍ୟ ଏଥିରେ ଏକ ଛୋଟ କିନ୍ତୁ ଦମଦାର ଭୂମିକାରେ ଦେଖିବାକୁ ମିଳିଛି।