
ନାସା ଇଞ୍ଜିନିୟର ମାନେ ଏକ ବୁଦ୍ଧିମାନ ରୋବଟ୍ ସାପ ବିକାଶ କରୁଛନ୍ତି, ଯାହାକି ଅନ୍ୟ ଜଗତକୁ ଅନୁସନ୍ଧାନ କରିବାରେ ଏବଂ ମହାକାଶରେ ନିର୍ମାଣ କାର୍ଯ୍ୟ କରିବାରେ ସକ୍ଷମ ହେବ ।
ନାସା ଇଞ୍ଜିନିୟର ମାନେ ପୂର୍ବାନୁମାନ କରିଛନ୍ତି ଯେ, ରୋବଟ୍ ସାପ ସ୍ବତନ୍ତ୍ର ଭାବେ ଅନ୍ୟ ଗ୍ରହ କିମ୍ବା ଉପଗ୍ରହର ମାଟି ଖୋଳିବାରେ ବେଶ ସକ୍ଷମ, କୌଣସି ଗ୍ରହ ପୃଷ୍ଠରେ ଥିବା ଫାଟ ଏବଂ ସେଠାରେ ସୃଷ୍ଟି ହେଉଥିବା ବିଭିନ୍ନ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇ ତାହାର ମୁକାବିଲା କରିବାକୁ ଏହା ବହୁତ ସକ୍ଷମ । ପାଞ୍ଚ ବର୍ଷ ମଧ୍ୟରେ ମହାକାଶରେ ଯାତ୍ରା ପାଇଁ ଏହା ପ୍ରସ୍ତୁତ ହୋଇଯିବ ବୋଲି ନାସାର ଇଞ୍ଜିନିୟର ମାନେ ଆକଳନ କରିଛନ୍ତି ।
କାଲିଫର୍ନିଆର ସିଲିକନ୍ ଭ୍ୟାଲିରେ ଅବସ୍ଥିତ ନାସାର ଆମସ୍ ରିସର୍ଚ୍ଚ ସେଣ୍ଟରର ଲିଡ୍ “ସ୍ନେକବଟ୍” ଇଞ୍ଜିନିୟର ଗ୍ୟାରି ହେଥ କହିଛନ୍ତି ଯେ, ସାପ ଆମକୁ ଅନ୍ତରିକ୍ଷରେ ବିଭିନ୍ନ କାର୍ଯ୍ୟରେ ସହାୟକ ହେବା ସହ ଦକ୍ଷତା ବଢାଇବ । ଏକ ସ୍ନେକବଟ୍ ଖାଲ-ଢିବ ଭୂମିରେ ବି ଯାଇପାରେ, ଯେଉଁଠାରେ ଏକ ଚକିଆ ରୋବୋଟିକ୍ ରୋଭର ଅଟକି ଯିବାର ସମ୍ଭାବନା ଯଥେଷ୍ଟ ଥାଏ ।
ହେଥ କହିଛନ୍ତି ଯେ, ଆମର ପ୍ରଥମ ପଦକ୍ଷେପ ଥିଲା ଏକ ସରଳ ଯାନ୍ତ୍ରିକ ପରୀକ୍ଷଣ ସାପ ତିଆରି କରିବା ଏବଂ ଅନ୍ୟ ଲ୍ୟାବରେ ପୂର୍ବରୁ କରାଯାଇଥବା କାର୍ଯ୍ୟ ଯୋଗୁଁ ଆମେ ଏହାକୁ ଗୋଟିଏ ଦିନରୁ ବି କମ ସମୟ ଭିତରେ ନିର୍ମାଣ କରିପାରିଥିଲୁ । ଏହା ‘ପୋଲିବୋଟ’ର ପ୍ରତ୍ୟକ୍ଷ ମଡେଲ ଯାହାକୁ ଜେରୋକ୍ସ ପାଲୋ ଅଲଟୋ ରିସର୍ଚ୍ଚ ସେଣ୍ଟରର ମାର୍କ ୟିମ୍ , ପାଲୋ ଅଲଟୋ, ସିଏ ଆଦି ସହଯୋଗରେ ବିକଶିତ କରାଯାଇପାରିଛି । ଆମ ସଂସ୍କରଣରେ ଟିକେ ଅଲଗା ଇଲେକ୍ଟ୍ରୋନିକ୍ସ ଅଛି ବୋଲି ହେଥ କହିଛନ୍ତି । ପରୀକ୍ଷଣ ହୋଇଥିବା ସାପରେ ଗୋଟିଏ ତାର ଅଛି, ଯାହା କମ୍ପ୍ୟୁଟର ମେମୋରିରୁ ଯୋଗାଯୋଗ ଏବଂ ଶକ୍ତି ବହନ କରିଥାଏ ବୋଲି ହେଥ ବର୍ଣ୍ଣନା କରିଛନ୍ତି ।