
ଚାରି ଦିନ ପୂର୍ବରୁ ଝିଅ ଯାଇଥିଲା ମାମୁ ଘରକୁ, ସେଠାରୁ ପ୍ରଥମେ ନିଖୋଜ ଏବଂ ଗତକାଲି ବରଗଡ଼ ଜିଲ୍ଲା ସୋହେଲା ଡାକ୍ତରଖାନାରେ ମୃତ୍ୟୁ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା। ମୃତା ନାବାଳିକା ଜଣକ ବରଗଡ଼ ସଦର ଥାନା ଅଞ୍ଚଳର ବୋଲି ଜଣାପଡିଛି ।
ମାମୁ ଘରକୁ ଯାଇ ଜଣେ ନାବାଳିକା ନିଖୋଜ ଥିବା ଜଣେ ନାବାଳିକାଙ୍କ ଆଜି ବରଗଡ ଜିଲ୍ଲା ସୋହେଲା ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ଗତ ୨୮ ତାରିଖରୁ ନାବାଳିକା ଜଣକ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର । ଆଜି ଜଣେ ଯୁବକ ସୋହେଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ତାଙ୍କୁ ଚିକିତ୍ସା କରିବାକୁ ଆଣିବା ବେଳେ ଡାକ୍ତର ନାବାଳିକାର ମୃତ୍ୟୁ ହୋଇଥିବା କହିଥିଲେ । ନାବାଳିକା ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଅଞ୍ଚଳ ମାମୁ ଘରକୁ ଯାଇ ନିଖୋଜ ହୋଇଥିଲେ। ଏହାକୁ ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ତେବେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିବା ସହ ନ୍ୟାୟ ଦେବା ପାଇଁ ଦାବି କରିଛନ୍ତି।
ଅନ୍ୟପଟେ ନାବାଳିକାଙ୍କୁ ହସ୍ପିଟାଲ ଆଣିଥିବା ଯୁବକ ସଂଜୀବ ମହାନନ୍ଦକୁ ସଦର ଥାନା ପୋଲିସ ଅଟକ ରଖି ପଚରାଉଚରା କରିଵା ସହ ଘଟଣାର ଅଧିକ ତଦନ୍ତ କରୁଛି ଏବଂ ଶବକୁ ବ୍ୟବଚ୍ଛେଦ ପାଇଁ ବରଗଡ ମୁଖ୍ୟ ଚିକିତ୍ସାଲୟକୁ ପଠାଇ ଦେଇଛି ।