
କାହିଁ କେଉଁ କାଳରୁ ଏହି ମଣିଷର ଆସ୍ତା ଓ ବିଶ୍ବାସ ରହିଛି ଅଦୃଶ୍ୟ ଭଗବତ ଶକ୍ତି ଉପରେ। ଏହି ଶକ୍ତିକୁ କେହି ଦେଖିନି, ଯାହା କେବଳ ଅନୁଭବ କରିଛି। ସେଥିପାଇଁ ସ୍ଥଳ ବିଶେଷରେ ନିଜ ଆସ୍ଥା ଓ ବିଶ୍ବାସକୁ ସ୍ଥାପନ କରିଛି ବିଭିନ୍ନ ଗଛ, ବୃଚ୍ଛ, ନଦୀ, ସମୁଦ୍ର, ପାହାଡ, ପର୍ବତ ଓ ପର୍ବତ କନ୍ଦରେ ଥିବା ଗୁମ୍ଫାରେ। ଯେଉଁଠି କୌଣସି ଦୈବୀ ଶକ୍ତିର ପ୍ରତିଷ୍ଠା କରି ମଣିଷ ତାର ପୂଜା କରେ,ବାର୍ଷିକ ଯାତ୍ରା ଆନୁଷ୍ଠାନ ସମ୍ପାଦନ କରି ନିଜ ଭକ୍ତି ଅର୍ଘ୍ୟକୁ ସମ୍ପୃକ୍ତ ଦେବଦେବୀଙ୍କ ପାଦରେ ଢାଳିଦିଏ। ତାର ବିଶ୍ବାସ ଥାଏ ତାର ଆରାଧ୍ୟ ତା ଜୀବନର ସବୁ ବାଧା ବିଘ୍ନ ଦୂର କରି ଜୀବନକୁ ସରସ ସୁନ୍ଦର କରି ଗଢିତୋଳିବେ। ସେଥିଲାଗି ତ ଘଞ୍ଚ ଅରଣ୍ୟ, ସୁଉଚ୍ଚ ପାହାଡର ପଥୁରିଆ ପଥକୁ ଖାତିର ନ କରି ଆଗେଇ ଚାଲେ ପ୍ରଭୁକୃପା ପାଇଁ। ଠିକ ଯେମିତି ଡାକିଲି ପାହାଡ ଉପରେ ଜମିଥିଲା ହଜାର ହଜାର ଭକ୍ତଙ୍କ ମେଳି।
ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଡାକିଲି ଗ୍ରାମ ନିକଟବର୍ତ୍ତୀ ଡାକିଲି ପାହାଡ ଉପରେ ଥିବା ଗୁମ୍ଫାରେ ଅବସ୍ଥାନ କରିଛନ୍ତି ସତୀରାଣୀ ମା’। ଭକ୍ତ ପଥୁରିଆ ପଥ ଅତିକ୍ରାନ୍ତ କରିବା ପରେ ଶିଖରରେ ପହଞ୍ଚିବା ପରେ ସେଠାରେ ଥିବା ଅନ୍ଧକାରପୂର୍ଣ୍ଣ ଅଣ ଓସାରିଆ ଗୁମ୍ଫାରେ ମା’ଙ୍କ ଦର୍ଶନ କରେ। ତେବେ ଏହି ଦେବୀଙ୍କ ଯାତ୍ରା ପ୍ରତି ୩ ବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ। ଚଳିତ ବର୍ଷ ମା’ସତୀରାଣୀ ଯାତ୍ରା ମାଘ ପୂର୍ଣ୍ଣମୀ ପୂର୍ବରୁ ଅନୁଷ୍ଠିତ ହୋଇଯାଇଛି। ପାରମ୍ପରିକ ବାଦ୍ୟ ଯନ୍ତ୍ର ବଜାଇ ଯୁବକ ଯୁବତୀ ନୃତ୍ୟ କରିଥିବା ଦେଖିବାକୁ ମିଳିଥିଲା। ସତୀରାଣୀ ଯାତ୍ରା ସ୍ଥାନୀୟ ଆଦିବାସୀଙ୍କ ଦ୍ବାରା କାହିଁ କେଉଁ କାଳରୁ ପାଳିତ ହୋଇଆସୁଛି । ଯାତ୍ରା କାଳରେ ପାହାଡ ଗୁମ୍ଫାରେ ମା’ସତୀରାଣୀଙ୍କ ପୂଜା ଆରାଧାନା କରାଯାଏ। ଏହି ଦେବୀ ମା’ଙ୍କ ଉପରେ ସ୍ଥାନୀୟ ବାସିନ୍ଦାଙ୍କ ରହିଛି ଅଗାଢ ବିଶ୍ବାସ। ଯିଏ ଯେଉଁ ମାନସିକ ନେଇ ସତୀରାଣୀଙ୍କ ନିକଟକୁ ଆସନ୍ତି ମା’ ସେମାନଙ୍କ ଇଛା ପୂରଣ କରିଥାନ୍ତି ବୋଲି ଲୋକଙ୍କର ବିଶାସ ରହିଛି। ତେଣୁ ଲୋକେ ତିନି ବର୍ଷରେ ଥରେ ଏହି ଯାତ୍ରା କାଳରେ ଆସି ମା’ଙ୍କ ନିକଟରେ ନିଜ ଇଛା ଜଣାଇବା ସହ ଇଛା ପୂରଣ ପରେ ମାନସିକ ଅନୁଯାୟୀ ଭୋଗରାଗ କରିଥାନ୍ତି।
ଏଠାରେ ବହୁ ସଂଖ୍ୟାରେ ଜନ ସମାଗମ ହୋଇଥାଏ। ରାଡଗଡା ବ୍ୟତୀତ ଆଖପାଖ ଜିଲ୍ଲାରୁ ମଧ୍ୟ ଲୋକେ ଆସନ୍ତି ଏହି ଯାତ୍ରା କାଳରେ। ପ୍ରାକୃତିକ ପରିବେଶ ମଧ୍ୟରେ ନିଜକୁ କିଛି କାଳ ହଜାଇ ଦେଇଥାନ୍ତି ଭକ୍ତି ଆରାଧନାରେ। କିନ୍ତୁ ଏପରି ଏକ ଆଧ୍ୟାତ୍ମିକ ସ୍ଥଳୀ ପାଇଁ ସରକାରଙ୍କ ପକ୍ଷରୁ ନାହିଁ କୌଣସି ବ୍ୟବସ୍ଥା। ଏଠାରେ ହଜାର ହଜାର ଲୋକଙ୍କ ସମାବେଶ ହେଉଥିବା ବେଳେ ନାହିଁ ଭଲ ରାସ୍ତା, ପାନୀୟ ଜଳ ବ୍ୟବସ୍ଥା, ଶୌଚାଳୟ ପରି ମୌଳିକ ସୁବିଧା। ତେଣୁ ଏଠାକୁ ଆସୁଥିବା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ। ସରକାର ଏଥିପ୍ରତି ଧ୍ୟାନ ଦେଲେ ଏହା ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇପାରନ୍ତା ଓ ବର୍ଷ ତମାମ ଏହି ପାହାଡି ଗୁମ୍ପାର ମନୋରମ ସୌନ୍ଦର୍ଯ୍ୟ ଉପଭୋଗ କରି ପାରନ୍ତେ ବୋଲି କୁହନ୍ତି ସ୍ଥାନୀୟ ଅଞ୍ଚଳବାସୀ।
ଏହି ପାହାଡରେ ରହିଛି ଏକାଧିକ ଗୁମ୍ଫା। ଅନ୍ଧକାରରେ ପୂର୍ଣ୍ଣ ଗୁମ୍ଫା ମଧ୍ୟରୁ ଗୋଟିଏରେ ମା’ସତୀରାଣୀଙ୍କ ପୂଜା ଆରାଧନା କରାଯାଏ। ଯଦି ସରକାର ଏହି ସ୍ଥାନ ପ୍ରତି ଧ୍ୟାନ ଦିଅନ୍ତେ, ତେବେ ଏହା ଅନେକ ଦେଶ ବିଦେଶ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରନ୍ତା। ଏଠାକାର ଲୋକଙ୍କ ଜୀବନଧାରଣ ପ୍ରଣାଳୀରେ ପରିବର୍ତ୍ତନ ଆଣନ୍ତା ବୋଲି ମତ ପ୍ରକାଶ ପାଉଛି।
I don’t think the title of your article matches the content lol. Just kidding, mainly because I had some doubts after reading the article.
Your point of view caught my eye and was very interesting. Thanks. I have a question for you. https://www.binance.com/register?ref=JW3W4Y3A
Thank you for your sharing. I am worried that I lack creative ideas. It is your article that makes me full of hope. Thank you. But, I have a question, can you help me? https://www.binance.bh/futures/ref?code=IHJUI7TF
I don’t think the title of your article matches the content lol. Just kidding, mainly because I had some doubts after reading the article. https://accounts.binance.info/en-JP/register?ref=UM6SMJM3