
ମଙ୍କିପକ୍ସ ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଜୋରଦାର ପ୍ରସ୍ତୁତି ।ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ବି ମଙ୍କିପକ୍ସ ମାମଲା ଚିହ୍ନଟ ହୋଇନଥିବା ବେଳେ ନିକଟରେ ପଡୋଶୀ ଦେଶ ପାକିସ୍ତାନରେ ୩ଟି ମାମଲା ଚିହ୍ନଟ ହୋଇଛି । ମେଡ଼ିକାଲ ଗୁଡ଼ିରେ ଇମର୍ଜେନ୍ସି ୱାର୍ଡ ପ୍ରସ୍ତୁତ ରଖିବା ସହ ବିମାନବନ୍ଦରରେ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିଭଳି ଦେଶର ବନ୍ଦର ଏବଂ ବିମାନବନ୍ଦର ସହ ସୀମାଉପରେ କଡାନଜର ରଖାଯାଇଛି ।ବିଭିନ୍ନ ଦେଶରେ ଏହି ରୋଗ ବଢୁଥିବାରୁ କେନ୍ଦ୍ରସରକାର ଏହି ଆଲର୍ଟ ଜାରି କରିଛନ୍ତି । ଦେବେ କେନ୍ଦ୍ରସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିଦେଶୀ ଯାତ୍ରୀଙ୍କ ମଙ୍କିପକ୍ସ ଲକ୍ଷଣ ଉପରେ ଦୃଷ୍ଟିଦେବାକୁ ଦେଶର ସମସ୍ତ ବିବାମ ବନ୍ଦରକୁ ସତର୍କ କରାଯାଇଛି ।ଯାତ୍ରୀଙ୍କ ଠାରେ ମଙ୍କିପକ୍ସ ଲକ୍ଷ୍ୟଦେଖା ଦେଲେ ତୁରନ୍ତ ପରୀକ୍ଷା କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି ….