କଳିଯୁଗର ଶିବ, ତ୍ରିଶୂଳ ଧରି ରଚିଲେ ତାଣ୍ଡବ

ଡେରାବିଶ ନିକିରେଇ ଥାନା ଅନ୍ତର୍ଗତ ମଙ୍ଗଳପୁର ହଳଦିଆ ପାଟଣା ହରିଜନ ସାହି ସିଦ୍ଧେଶ୍ୱର ମହାପୁରୁଷଙ୍କ ମନ୍ଦିରରେ କ୍ଷେତ୍ରବାସୀ ମଳିକ ନାମକ ଜଣେ ନିଶାସକ୍ତ ଯୁବକଙ୍କ ଉନ୍ମତ କାଣ୍ଡ ସ୍ଥାନୀୟ ଅଧିବାସୀଙ୍କ ମନରେ ଭୟ ଖେଳାଇଦେଇଛି । ମନ୍ଦିରରେ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହ ଯୁବକ ଜଣକ ନିଜକୁ ଭଗବାନ କହି ଲୋକଙ୍କୁ ତ୍ରିଶୂଳ ଧରି ଗୋଡ଼ଉଥିବା ଦୃଶ୍ୟ ଭାଇରଲ ହେଉଛି ।

ଡେରାବିଶ ନିକିରେଇ ଥାନା ଅନ୍ତର୍ଗତ ମଙ୍ଗଳପୁର ହଳଦିଆ ପାଟଣା ହରିଜନ ସାହି ସିଦ୍ଧେଶ୍ୱର ମହାପୁରୁଷଙ୍କ ମନ୍ଦିରରେ ଜଣେ ନିଶାସକ୍ତ ଯୁବକଙ୍କ ଉନ୍ମତ କାଣ୍ଡ ସ୍ଥାନୀୟ ଅଧିବାସୀଙ୍କ ମନରେ ଭୟ ଖେଳାଇଦେଇଛି । କ୍ଷେତ୍ରବାସୀ ମଳିକ ନାମକ ଏହି ଯୁବକ ମନ୍ଦିରରେ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହ ନିଜକୁ ଭଗବାନ କହି ଲୋକଙ୍କୁ ତ୍ରିଶୂଳ ଧରି ଗୋଡ଼ଉଥିବା ଦୃଶ୍ୟ ଭାଇରଲ ହେଉଛି । ସୂଚନା ଅନୁସାରେ, କ୍ଷେତ୍ରବାସୀ ମନ୍ଦିରରେ ପଶି ହଠାତ ଭଙ୍ଗାରୁଜା କରିବା ସହ ଠାକୁରଙ୍କ ତ୍ରିଶୂଳ ଧରି ନିଜକୁ ଅବତାର ବୋଲି ପରିଚୟ ଦେଇ ଶିବ ତାଣ୍ଡବ କରିବାକୁ ଲାଗିଥିଲା ଏବଂ ଠାକୁରଙ୍କ ତ୍ରିଶୂଳରେ ମାଟି ତାଡି, ମାଟି ଭିତରୁ ଭଗବାନ ଶିବ ପ୍ରକଟ ହେବେ ବୋଲି କହିଥିଲା ।

କିଛି ସମୟ ପାଇଁ, ତାଙ୍କର ଏ ଭୟଙ୍କର ରୂପ ଦେଖି ଲୋକେ ଡରି ଯାଇଥିଲେ । କୁହାଯାଉଛି ଯେ, ମନ୍ଦିର ପରିସରରେ ଲୋକ ପଞ୍ଚୁକ ଭୋଜି ଖାଉଥିବା ସମୟରେ ସେମାନଙ୍କ ଖାଇବାରେ ଯୁବକ ଜଣକ ଧୂଳି ପକାଇଥିଲେ ଓ ମନ୍ଦିରରେ ଚାଲିଥିବା ଭୋଜି ବନ୍ଦ କରିଦେଇଥିଲେ। ତେବେ, ଏ ନେଇ ବର୍ତ୍ତମାନ ସୁଦ୍ଧା, ଥାନାରେ କୌଣସି ଅଭିଯୋଗ ହୋଇନଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ଯୁବକ ଜଣଙ୍କ ଦୀର୍ଘଦିନ ହେବ ମାନସିକ ଚାପରେ ଥିଲେ । ତେଣୁ ସେ ନିଶାସକ୍ତ ହୋଇ ହଳଦିଆ ପାଟଣା ସିଦ୍ଧେଶ୍ୱର ମହାପୁରୁଷଙ୍କ ମନ୍ଦିର ବେଢା ଭିତରରେ ପଶି ଠାକୁରଙ୍କ ତ୍ରିଶୂଳ ଆଣି ଗାଁ ଦାଣ୍ଡରେ ବିଶୃଙ୍ଖଳିତ ପରିସ୍ଥିତି ସୃଷ୍ଟି କରିଥିଲେ ।

Leave a Reply

Your email address will not be published. Required fields are marked *