ଧମକାଉଛି ପୋଲିସ, ଏସପିଙ୍କୁ ଭେଟିଲେ ପୀଡିତା

ଦୁଷ୍କର୍ମ ପୀଡିତାଙ୍କ ଉପରେ ପୋଲିସ କର୍ମଚାରୀଙ୍କ ନିର୍ଯାତନା ଓ ପ୍ରମାଣ ନଷ୍ଟ ଘଟଣା; ପୋଲିସ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଏସପିଙ୍କୁ ଭେଟିଲେ ପୀଡିତା

କେନ୍ଦ୍ରାପଡ଼ା ଜିଲ୍ଲାରେ ଆଇନଶୃଙ୍ଖଳା ବ୍ୟବସ୍ଥା ଭୁଷୁଡିପଡ଼ିଛି | ପୋଲିସ ହାତବାନ୍ଧି ବସିଛି | ଆସାମୀ ଘଟଣା ଘଟାଇ ଖୁଲମଖୁଲା ବାହାରେ ବୁଲୁଛି |କେନ୍ଦ୍ରାପଡ଼ାରେ ପ୍ରତ୍ଯେକ ଥାନାଞ୍ଚଳରେ ଦୁଷ୍କର୍ମକାରୀ ବାହାରେ ବୁଲୁଛି ପୀଡ଼ିତା ନ୍ୟାୟ ପାଇଁ ପୋଲିସ ପାଖରେ ଗୁହାରି କରି କରି ଥକିପଡୁଛି | ହେଲେ ନ୍ୟାୟ ପାଇବା ତ ଦୂରର କଥା, ପୀଡ଼ିତାକୁ ଡରାଇ ଧମକାଇ କୋର୍ଟ ପର୍ଯନ୍ତ ଯେମିତି ନ ପହଞ୍ଚିବ ସେ ବ୍ୟବସ୍ଥା କରାଯାଉଛି | ଏହି ପରି ଏକ ଘଟଣା କେନ୍ଦ୍ରପଡା ଜିଲ୍ଲା ଡେରାବିଶ ଥାନା ଖମଳ ଅଞ୍ଚଳରେ ଘଟିଯାଇଛି |

କିଛି ଦିନ ତଳେ ପିଉସୀ ଓ ତାଙ୍କ ନାବାଳିକା ଝିଆରୀଙ୍କୁ ଦୁଇ ଅଭିଯୁକ୍ତ ଭାଇ ଦୁଷ୍କର୍ମ କରିଥିବା ଘଟଣାରେ ଡେରାବିଶ ଥାନା ପୋଲିସ ଦୁଇ ଭାଇ ସୁଜିତ ସେଠି ଓ ରାଜକିସୋର ସେଠିଙ୍କୁ ଗିରଫ କରି କୋର୍ଟ ଚଲାଣ କରିଛି | ହେଲେ ଡେରାବିଶ ଥାନା କର୍ମଚାରୀ ଶିଖା ପାତ୍ର ଘଟଣାକୁ ଚପାଇ ଦେବା ପାଇଁ ଦୁଇ ପୀଡିତାଙ୍କୁ ମେଡିକାଲ ଟେଷ୍ଟ ପାଇଁ ଜବରଦସ୍ତୀ ମନା କରିଦେଇଥିଲେ| ଘଟଣା ସମୟରେ ପୀଡିତା ଜଣଙ୍କ ହାତ ଯୋଡି ପୋଲିସ ପାଖରେ କାକୁତି ମିନତୀ ହେବା ସହ ଯୁକ୍ତିତର୍କ ହୋଇଥିଲା | ଶୁଣନ୍ତୁ କଣ କହୁଛନ୍ତି ପୀଡ଼ିତା |

ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ କେନ୍ଦ୍ରାପଡ଼ା ଜିଲ୍ଲାର ପୋଲିସ ମେଡ଼ିକାଲ ଟେଷ୍ଟ ଗଲେ ତମକୁ ବସୁଧାକୁ ପଠେଇଦବୁ, ତମେ ଘରକୁ ଯିବ ନାହିଁ, ତମର ଲାଇଫ ରିସ୍କ ହେଇଯିବ ଆଦି କହି ତାଙ୍କୁ ଭୟଭୀତ କରାଯାଉଛି | ପୋଲିସ ଆସାମୀକୁ ଘଣ୍ଟ ଘୋଡାଇବା ପାଇଁ ପ୍ରଲୋଭିତ ହୋଇ ପ୍ରଭାବିତ ହୋଇ ଭିତିରି ବୁଝାମଣା କରି କେସକୁ ଚାପି ଦେଉଛି | ତେଣୁ ଥାନାରୁ ନେଇ କୋର୍ଟ ପର୍ଯନ୍ତ ନ୍ୟାୟ ପାଉ ପାଉ ପୀଡ଼ିତାମାନଙ୍କୁ ଭୟଭୀତ କରାଯାଉଛି | ସାକ୍ଷୀକୁ ପ୍ରଭାବିତ କରୁଥିବା ମହିଳା କନଷ୍ଟେବଳ ଶିଖା ପାତ୍ରଙ୍କୁ ତୁରନ୍ତ ସସପେଣ୍ଡ କରିବା ପାଇଁ ଦାବି କରିଛନ୍ତି | ଏ ନେଇ ମୂଳନିବାସୀ ୟୁନାଇଟେଡ଼ ଫୋରମ ପକ୍ଷରୁ ଏସପିଙ୍କୁ ଭେଟି ୭ ଦିନର ସମୟ ଦିଆଯାଇଥିବା କହିଛନ୍ତି ରାଜ୍ୟ ଅଧ୍ୟକ୍ଷ |

ଘଟଣା ସମୟର ଭିଡିଓ ଭାଇରଲ ହେବା ପରେ ପୋଲିସ କର୍ମଚାରୀ ଶିଖା ପାତ୍ରଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ବେଳେ ଗତକାଲି ପୀଡିତା ଯୁବତୀଙ୍କ ସହ ମୂଳନିବାସୀ ଇଉନାଇଟେଡ଼ ଫୋରମର କର୍ମକର୍ତା କେନ୍ଦ୍ରାପଡ଼ା ଏସପିଙ୍କୁ ଭେଟି ଉକ୍ତ ପ୍ରମାଣ ନଷ୍ଟ ପାଇଁ ଚେଷ୍ଟା କରୁଥିବା ପୋଲିସ କର୍ମଚାରୀ ଶିଖା ପାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି | ଏ ନେଇ କଣ କହିଛନ୍ତି ମୂଳ ନିବାସି ଇଉନାଇଟେଡ଼ ଫୋରମ ମହିଳା ରାଜ୍ୟ ସଭାପତି ସୁପ୍ରଭା ମଲ୍ଲିକ ଶୁଣନ୍ତୁ |

ତେବେ ପୋଲିସ ଜାଣିଶୁଣି ଦୁଷ୍କର୍ମ ପୀଡିତାଙ୍କୁ ଡରାଇ ମେଡିକାଲ ଟେଷ୍ଟ ପାଇଁ ମନା କରିବାକୁ ବାଧ୍ୟ କରୁଥିବା କେନ୍ଦ୍ରାପଡ଼ାର ଏକାଧିକ ଥାନାରେ ଦେଖିବାକୁ ମିଳୁଛି | ପୋଲିସ କର୍ମଚାରି ଶିଖା ପାତ୍ରଙ୍କ ଉପରେ ଦୃଢ଼ କାର୍ଯାନୁଷ୍ଠାନ ପାଇଁ ପୀଡିତା ଯୁବତୀ ଦାବି ରଖିଛନ୍ତି | ଦାବିପୂରଣ ନ ହେଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ମୂଳ ନିବାସୀ ଇଉନାଇଟେଡ଼ ଫୋରମ ମହିଳା ରାଜ୍ୟ ସଭାପତି ସୁପ୍ରଭା ମଲ୍ଲିକ |