ପଦ୍ମପୁରରେ ଲଜ୍ଜା,ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା !

ବରଗଡ଼ ଜିଲା ପାଇକମାଳ ଥାନା ଅଞ୍ଚଳରେ ସାମ୍ନାକୁ ଆସିଲା ଲଜ୍ଜା ଜନକ ଘଟଣା । ମଛମାରିବାକୁ ଘରୁ ଡାକି ନେଇ ୪ ବର୍ଷର ନାବାଳିକା ଝିଅକୁ ଦୁଷ୍କର୍ମ ପରେ ହତ୍ୟା କଲା ଅଭିଯୁକ୍ତ । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଅପରାହ୍ନ ସମୟରେ ସୋଢା ଗ୍ରାମର ପ୍ରଶାନ୍ତ ନାମକ ଜଣେ ଯୁବକ ନାବାଳିକାଙ୍କୁ ମାଛମାରିଯିବା ପାଇଁ କହି ସାଙ୍ଗରେ ନେଇଯାଇଥିଲା । ନିକଟରେ ଥିବା ଡୁଙ୍ଗୁରି ଜଙ୍ଗଲକୁ ନେଇ ଉକ୍ତ ନାବାଳିକାଙ୍କୁ ବଳାତ୍କାର କରିଥିଲା ଅଭିଯୁକ୍ତ । ଘଟଣା ପ୍ରଘଟ ହେବା ଭୟରେ ନାବାଳିକା ଝିଅଟିର ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିବା ପରେ ଜଙ୍ଗଲରେ ଫିଙ୍ଗି ଦେଇଥିଲା । ଅନ୍ୟପକ୍ଷେ ଘରେ ଝିଅ ନ ଥିବା ଦେଖି ପରିବାର ଲୋକେ ଖୋଜାଖୋଜି କରି ପାଇ ନ ଥିଲେ। ପରେ ପ୍ରଶାନ୍ତ ତାଙ୍କ ଝିଅଙ୍କୁ ମାଛ ମାରିଯିବା କହି ନେଇଯାଇଥିବା ଜଣାପଡିବାରୁ ଗ୍ରାମର ଯୁବକମାନେ ପ୍ରଶାନ୍ତଙ୍କୁ ଧରି ପଚରାଉଚରା କରିଥିଲେ। ଏହାପରେ ପ୍ରଶାନ୍ତ ଉକ୍ତ ନାବାଳିକାଙ୍କୁ ବଳାତ୍କାର କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ସ୍ବୀକାର କରିଥିଲେ ବୋଲି ପୋଲିସ କହିଛି। ଘଟଣାର ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ତଦନ୍ତ ଚାଲିଛି ବୋଲି ପାଇକମାଳ ଥାନାଧିକାରୀ ସୁଶାନ୍ତ କୁମାର ପ୍ରଧାନ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *