ମା ଗ୍ରହଣ ନକରିବାରୁ ବନବିଭାଗ ନେଇଥିଲା ଦାୟିତ୍ୱ

ସ୍ଥାନାନ୍ତର ହେଲା ୩ମାସର ହାତୀଛୁଆ ଜଗୁ | କେନ୍ଦୁଝରରୁ ବନ ବିଭାଗର “ରକ୍ଷକ” ଯାନରେ ହାତୀ ଛୁଆକୁ ଆଜି ଚନ୍ଦକା ସ୍ଥାନାନ୍ତର କରାଯାଇଛି। ଗତ ୧ ତାରିଖରେ କେନ୍ଦୁଝର ସଦର ରେଞ୍ଜ ଜଗଦଳା ଡ୍ୟାମ ନିକଟରୁ ଉଦ୍ଧାର ହୋଇଥିଲା ଏହି ୩ମାସର ହାତୀଛୁଆ | ବନ ବିଭାଗର ବହୁ ପ୍ରଚେଷ୍ଟା ପରେ ମଧ୍ୟ ମା ହାତୀ ନିଜ ଛୁଆକୁ ଗ୍ରହଣ କରି ନଥିଲା । ସେହିଦିନଠୁଁ ବନ ବିଭାଗର ୧୦ ଜଣିଆ ଟିମ୍ ଦିନ ରାତି ହାତୀ ଛୁଆର ସେବାଯତ୍ନ କରୁଥିଲେ । ଆଜି ହାତୀ ଛୁଆକୁ ସ୍ଥାନାନ୍ତର କରିବା ସମୟରେ ସମସ୍ତେ ଭାବ ବିହ୍ୱଳ ହୋଇ ଉଠିଥିଲେ।

Leave a Reply

Your email address will not be published. Required fields are marked *