
ବଲାଙ୍ଗିର ଦାଦନ ପ୍ରବଣ ଜିଲ୍ଲା ଭାବେ କୁଖ୍ୟାତି ଅର୍ଜନ କରିଛି। ଏହି ଜିଲ୍ଳାର ହଜାର ହଜାର ଲୋକ ପେଟପାଟଣା ପାଇଁ ଭିଟାମାଟି ଛାଡ଼ି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥାନ୍ତି। ସେଠାରେ ଯାଇ ଅନେକ ନିର୍ଯାତନାର ଶିକାର ମଧ୍ୟ ହେବାର ବହୁ ନଜିର ରହିଛି। ଖାଲି ନିର୍ଯାତନାର ଶିକାର ହୋଇନଥାନ୍ତି, ଅନେକ ସମୟରେ ନିର୍ଯାତନା ସହି ନ ପାରି ଅନେକ ମୃତ୍ୟୁବରଣ କରନ୍ତି। ଯାହାକୁ ନେଇ ରାଜ୍ୟରେ ଚହଳ ପଡେ। ସରକାର ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରାଯାଏ, ହେଲେ ଦାଦନଙ୍କ ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ତେଣୁ ଆଉ ଜଣେ ଦାଦନ, କାମ ପାଇଁ ବାହାର ରାଜ୍ୟକୁ ଯାଇ ଆଖି ବୁଜିଦେଇଛନ୍ତି। ଏହି ଘଟଣା ଜିଲ୍ଲାରେ ଚହଳ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ୍ ସାଲେପାଲି ଗ୍ରାମ ପଞ୍ଚାୟତ କର୍ଲାମାଲ ଗାଁର ୨୬ ବର୍ଷୀୟ ଡୋଲାମଣି ପୁଟେଲ ଜିଲ୍ଲା କି ରାଜ୍ୟରେ କାମ ଧନ୍ଦା ନ ପାଇ ହତାଶ ହୋଇଯାଇଥିଲେ। ତାଙ୍କ ହତାଶାର ସୁଯୋଗ ନେଇ ସ୍ଥାନୀୟ ଦାଦନ ସର୍ଦ୍ଦାର ଲିଙ୍ଗ ଷାଣ୍ଢ ଡୋଲାମଣିଙ୍କୁ ବହୁ ଲୋଭନୀୟ ପ୍ରତିଶ୍ରୁତି ଦେଇ ବାହାର ରାଜ୍ୟକୁ ପଠାଇ ଦେଇଥିଲେ। ସେଠାକୁ ଯିବାର କିଛି ଦିନ ପରେ ଅକଥନୀୟ ଖଟଣି ପାଇଁ ଅସୁସ୍ଥ ହେଲେ ଡୋଲାମଣି। ତେଣୁ ସର୍ଦ୍ଦାରକୁ ଫୋନ ଯୋଗେ ଅଭିଯୋଗ କରିଥିଲେ ଓ ସେଠାରୁ ଗାଁକୁ ଫେରାଇ ନେବାକୁ ଅନୁରୋଧ କରିଥିଲେ। ହେଲେ ସର୍ଦ୍ଦାର କିଛି ଶୁଣି ନ ଥିଲା। ରୋଗ ସାଙ୍ଗକୁ ଅର୍ଥାଭାବରେ ଡୋଲାମଣି ଶେଷରେ ଆଖି ବୁଜି ଦେଇଛନ୍ତି। ଡୋଲାମଣିଙ୍କ ମୃତ୍ୟୁ ପରେ ସର୍ଦ୍ଦାର ଘର ଲୋକଙ୍କୁ ମିଛ କହିଲା କି, ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ସେପଟେ ପରିବାର ଲୋକଙ୍କୁ ସହଯୋଗ କରିବା ପାଇଁ ଇଟାଭାଟି ମାଲିକ ଦୁଇ ଲକ୍ଷ ଟଙ୍କା ପଠାଇ ଦେଇଥିବା ବେଳେ ସର୍ଦ୍ଦାର ସବୁ ଟଙ୍କା ଆତ୍ମସାତ କରିନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଜିଲ୍ଲା ପ୍ରଶାସନ ସର୍ଦ୍ଦାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।
Access ChatGPT, Claude, Gemini Pro , Kling AI, LLaMA, Mistral, DALL.E, LLaMa & more—all from a single dashboard.
No subscriptions or no monthly fees—pay once and enjoy lifetime access.
Automatically switch between AI models based on task requirements.
And much more … hamsterkombat.expert/AIIntelliKit