ମୟୂରଭଞ୍ଜ: ରାନୀମଣିଙ୍କ ଶେଷକୃତ୍ୟ, ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଅନ୍ତିମ ଦର୍ଶନ

ଓଡ଼ିଶା ପ୍ରଦେଶ କୁଡୁମୀ ସେନା ରାଜ୍ୟ ସୁପ୍ରିମୋ ଜୟମୁନି ମହାନ୍ତଙ୍କ ମାତା ରାନୀମଣି ମହାନ୍ତଙ୍କ ଦେହାନ୍ତ ହୋଇଛି । କଟକରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ସେ ପ୍ରାଣ ହରାଇଛନ୍ତି । ମୟୂରଭଞ୍ଜ ବଡ଼ସାହି ବ୍ଳକର ଗନ୍ଧାଣି ଗାଁକୁ ନିଆଯାଇଥିଲା ମରଶରୀର । ଚିର ବିପ୍ଳବୀ କୁଡୁମୀ ସଂପ୍ରଦାୟର ଅଦ୍ୱିତୀୟ ବିପ୍ଳବୀ ଯୁବନେତା ସଂଗ୍ରାମୀ ସାଥୀଙ୍କ ମାଙ୍କ ମୃତ୍ୟୁ ଖବର ପାଇ ହଜାର ହଜାର କୁଡୁମୀ ସେନା ତାଙ୍କ ବାସଭବନରେ ପହଞ୍ଚିଥିଲେ । ମାତାଙ୍କୁ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଝାଡ଼ଖଣ୍ଡ ରାଜ୍ୟର କୁଡୁମୀ ବିକାଶ ମଂଚ ସଭାପତି ଶୀତଲ ଆହେଦାର,କୁସୁମୀ ସେନା ଲଲାଟେନ୍ଦୁ ମହାନ୍ତ,କୁଡୁମୀ ବିକାଶ ମଂଚ ମିଡ଼ିଆ ପ୍ରଭାରୀ ଓମ୍ ପ୍ରକାଶ ମହାନ୍ତ, ପଶ୍ଚିମବଙ୍ଗ କୁଡୁମୀ ସମାଜ ସଂଗଠକ ବୀରେନ ମହାନ୍ତ,କୌଶିକ ମହାନ୍ତ,ସୁଦୀପ୍ତ ମହାନ୍ତ,ସମ୍ପାଦକ ସତ୍ୟ ନାରାୟଣ ମହାନ୍ତ,ଜିଲ୍ଲା ସଭାପତି ଡମ୍ବରୁଧର ମହାନ୍ତ, ସୁନ୍ଦର ମହାନ୍ତ, କବି ମନୋଜ ମହାନ୍ତ,ଗତିକୃଷ୍ଣ ମହାନ୍ତ,ରାଇରଙ୍ଗପୁରର ସୁବାଷ ମହାନ୍ତ, ପ୍ରେମଚାନ୍ଦ ମହାନ୍ତ, ରାଜା ମହାନ୍ତି, ମନୋଜ ମହାନ୍ତ, ଅବନୀ ମହାନ୍ତ,ଚୈତନ୍ୟ ମହାନ୍ତ,ଜୀତେନ୍ଦ୍ର ମହାନ୍ତ, ଶ୍ରୀମତୀ ସୁଜାତା ମହାନ୍ତ, ଶ୍ରୀମତୀ ସୁମନା ମହାନ୍ତ ପ୍ରମୁଖ ଅନ୍ତିମ ଦର୍ଶନ କରିଥିଲେ ।

ସମସ୍ତେ ମାତଙ୍କ ଶେଷକୃତ୍ୟରେ ସାମିଲ ହୋଇଥିଲେ । ରାନୀମଣି ମହାନ୍ତ ଜଣେ ଧର୍ମ ପରାୟଣା, ସମାଜସେବୀ, ମିଷ୍ଟଭାଷୀ,ପରୋପକାରୀ ମହିଳା ଥିଲେ । ବିଭିନ୍ନ ସାମାଜିକ ସଂଗଠନ ସହ ମିଶି ସମାଜସେବା କରିଛନ୍ତି । ତାଙ୍କ ମୃତ୍ୟୁରେ କୁଡୁମି ସମାଜରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *