ମୟୂରଭଞ୍ଜ: ମହିଳାଙ୍କ ଆତ୍ମହତ୍ୟାର କାରଣ ଖୋଜୁଛି ପୋଲିସ

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ ହୋଇଛି । ମୃତକ ରାଇହରୀ ପଞ୍ଚାୟତ ବାଗଡେଗା ଗାଁର ପୂର୍ବତନ ସରପଞ୍ଚ ଗୀର୍ଥ ସୋରେନ । ଘର ଭିତରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାଧିକାରୀଙ୍କ ନିର୍ଦ୍ଦେଶରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଗୀର୍ଥ ସୋରେନ ଜଣେ ଲୋକପ୍ରିୟ ନେତ୍ରୀ, ସମାଜସେବୀ, ପରୋପକାରୀ ଥିଲେ । ହେଲେ କାହିଁକି ଜୀବନ ହାରିଲେ ସେ ନେଇ ଚର୍ଚ୍ଚା ଜୋର ଧରିଛି । ଘର ଭିତରେ କେହି ନ ଥିବାବେଳେ ମାନସିକ ଭାରସାମ୍ୟ ହରାଇ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବିଜାତଳା ବ୍ଳକର ପୂର୍ବତନ ଅଧ୍ୟକ୍ଷ ନିମାଇଁ ମୁର୍ମୁ, ପୂର୍ବତନ ଅଧ୍ୟକ୍ଷ ମାଝିଆରାମ ମାଝୀ, ବିଜାତଳା ସରପଞ୍ଚ ରାମ ମୁର୍ମୁ, ପାରେଶ୍ୱର ମୁର୍ମୁ ସମେତ ବହୁ ଜନ ପ୍ରତିନିଧି ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ।

ରାଇହରୀ ପଞ୍ଚାୟତର ଦୁଇଥର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ ଗୀର୍ଥ ସୋରେନ୍ । ମାଣିକପୁର ପଞ୍ଚାୟତର ଥରେ ସମିତି ସଭ୍ୟା ଭାବେ ମଧ୍ୟ ଦାୟିତ୍ଵ ତୁଲାଇଥିଲେ । ହେଲେ ଏବେ କାହିଁକି ସେ ଆତ୍ମହତ୍ୟା କଲେ ସେ ନେଇ କାରଣ ଅସ୍ପଷ୍ଟ ରହିଛି ।

Your email address will not be published. Required fields are marked *