ଦିଲ୍ଲୀ ମଦ ନୀତି ମାମଲା: ୧୭ ମାସ ପରେ ଜେଲରୁ ମୁକୁଳିବେ ଆପ ନେତା ମନୀଷ ସିସୋଦିଆ

ଦିଲ୍ଲୀ ଏକ୍ସାଇଜ୍ ପଲିସି ସ୍କାମ ସହିତ ଜଡିତ ଦୁର୍ନୀତି ଏବଂ ଅର୍ଥ ହେରଫେର ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର (୯ ଅଗଷ୍ଟ ୨୦୨୪) ଆମ୍ ଆଦମୀ ପାର୍ଟି (ଏଏପି) ନେତା ମନୀଷ ସିସୋଡିଆଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ୍ ବି.ଆର. ଗଭଇ ଏବଂ ଜଷ୍ଟିସ୍ କେ.ଭି.ବିଶ୍ୱନାଥନଙ୍କ ପୀଠ ଏହି ମାମଲାର ରାୟ ଦେଇଛନ୍ତି।

ଏହାପୂର୍ବରୁ ଅଗଷ୍ଟ ୬ ରେ ସିସୋଡିଆଙ୍କ ଆବେଦନ ଉପରେ କୋର୍ଟ ତାଙ୍କ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ବାତିଲ ହୋଇଥିବା ଦିଲ୍ଲୀ ଏକ୍ସାଇଜ୍ ପଲିସି ୨୦୨୧-୨୨ ର ପ୍ରଣୟନ ତଥା କାର୍ଯ୍ୟକାରୀ କରିବାରେ ଅନିୟମିତତା ଅଭିଯୋଗରେ ମନୀଷ ସିସୋଡିଆଙ୍କୁ ଫେବୃଆରୀ ୨୬,୨୦୨୩ ରେ ଗିରଫ କରାଯାଇଥିଲା।

Leave a Reply

Your email address will not be published. Required fields are marked *