ସୋଶାଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ଜଣେ ଆମେରିକୀୟଙ୍କ ଆକାଉଣ୍ଟକୁ ଲକ୍ କରିଦେଇଥିଲା। ଏନେଇ ବ୍ୟକ୍ତି ଫେସବୁକ ବିରୋଧରେ ନେଇଥିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ। ଆଉ କୋର୍ଟଙ୍କ ହୋଇଥିଲେ ଦ୍ୱାରସ୍ଥ। କୋର୍ଟ ମାମଲାର ଶୁଣାଣି କରି ଫେସବୁକକୁ ୫୦ ହଜାର ଡଲାର ବା ୪୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି।
ଫକ୍ସ ୫ ଆଟଲାଣ୍ଟାରେ ପ୍ରକାଶିତ ଖବର ଅନୁଯାୟୀ, ଆମେରିକାର ଜାସନ କ୍ରାଉଫୋର୍ଡଙ୍କ ଫେସବୁକ ଆକାଉଣ୍ଟକୁ କୌଣସି କାରଣ ନ ଦର୍ଶାଇ ବନ୍ଦ କରିଥିଲା କମ୍ପାନୀ । କାହିଁକି ତାଙ୍କ ଆକାଉଣ୍ଟ ବନ୍ଦ କରାଯାଇଛି ଜାଣିବାକୁ ଜାସନ କମ୍ପାନୀ ସହ ଯୋଗାଯୋଗ କରିଥିଲେ ମଧ୍ୟ କମ୍ପାନୀ ତାଙ୍କ କଥା ଶୁଣି ନ ଥିଲା। ତେବେ ସେ ତାଙ୍କ ଆକାଉଣ୍ଟରେ କିଛି ରାଜନନୈତିକ ଟିପ୍ପଣୀ ଦେଇଥିଲେ ପୋଷ୍ଟ ମାଧ୍ୟମରେ। ଏନେଇ ତାଙ୍କ ପାଖକୁ ନିୟମ ଉଲ୍ଲଙ୍ଘନର ନୋଟିସ ଆସିଥିଲା। ସେ ନୋଟିସର ଉତ୍ତର ମଧ୍ୟ ରଖିଥିଲେ। ଏହା ସତ୍ତ୍ୱେ ଜାସନଙ୍କ ଆକାଉଣ୍ଟକୁ ଲକ କରିଦେଇଥିଲା ।
ଜାସନଙ୍କ ମାମଲାରେ ପ୍ରରମ୍ଭିକ ଅବସ୍ଥାରେ କମ୍ପାନୀର ଲିଗାଲ ଟିମ କୌଣସି ପ୍ରକାରର ଜବାବ ଦେଇ ନଥିଲା। ତେଣୁ କୋର୍ଟ ଫେସବୁକର ମୂଳ କମ୍ପାନୀ ମେଟାକୁ ୫୦ ହଜାର ଡଲାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ କମ୍ପାନୀ କର୍ତ୍ତୃପକ୍ଷ ଜାସନଙ୍କ ସହ ଯୋଗାଯୋଗ କରିଥିଲେ ଓ ଏକ ଆପୋଷ ବୁଝାମଣା କରିଥିବା ପ୍ରକାଶିତ ରିପୋର୍ଟରୁ ଜଣାପଡିଛି।