ସଜାଡି ହେବ କି ସମ୍ପର୍କ, ରାଜସ୍ଥାନ ଉପରେ ସମସ୍ତଙ୍କ ନଜର

Jaipur: Rajasthan Chief Minister Ashok Gehlot and his deputy Sachin Pilot at a protest against the alleged opposition of tampering in reservation of Scheduled Castes and Scheduled Tribes, in Jaipur, Sunday, Feb. 16, 2020. (PTI Photo) (PTI2_16_2020_000130B)

ରାଜସ୍ଥାନ କଂଗ୍ରେସରେ ଚାଲିଥିବା ଆଭ୍ୟନ୍ତରୀଣ କନ୍ଦଳ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେବେ ବର୍ତ୍ତମାନ ବିଶ୍ୱାସ କରାଯାଉଛି ଯେ, ଅଶୋକ ଗେହଲୋତ ଏବଂ ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ଝଗଡା ଶେଷ ହୋଇପାରେ । ଆସନ୍ତା ସପ୍ତାହରେ ହେବାକୁ ଥିବା ବୈଠକରେ ରାଜସ୍ଥାନ କଂଗ୍ରେସର ଅଶାନ୍ତ ଦଳ ମଧ୍ୟରେ ଶାନ୍ତି ସ୍ଥାପନ କରିବାକୁ କଂଗ୍ରେସ ହାଇକମାଣ୍ଡ ଚେଷ୍ଟା କରିପାରନ୍ତି ।

ସୂଚନାନୁସାରେ ମଲ୍ଲିକାର୍ଜୁନ ଖଡଗେ ଏହି ନିର୍ବାଚନ ବର୍ଷରେ ରାଜସ୍ଥାନରେ ଦୁଇ ନେତାଙ୍କ ମଧ୍ୟରେ ଶାନ୍ତି ସ୍ଥାପନ ପାଇଁ କଂଗ୍ରେସ ନେତା ସଚିନ ପାଇଲଟଙ୍କୁ ମଧ୍ୟ ଭେଟିବେ । ରାଜସ୍ଥାନରେ ଚାଲିଥିବା ରାଜନୈତିକ ଅସ୍ଥିରତା ସମ୍ପର୍କରେ ସୂଚନା ପାଇଁ କଂଗ୍ରେସ ସଭାପତି ଦଳର ରାଜ୍ୟ ଦାୟିତ୍ୱରେ ଥିବା ସୁଖଜିନ୍ଦର ସିଂ ରନ୍ଧାୱା, ତିନିଜଣ ସହ-ପ୍ରଭାରୀ ତଥା ରାଜ୍ୟ ସଭାପତି ଗୋବିନ୍ଦ ସିଂ ଡୋଟାସରାଙ୍କୁ ମଧ୍ୟ ସାକ୍ଷାତ କରିପାରନ୍ତି ।

ଏହି ବୈଠକରେ ରାହୁଲ ଗାନ୍ଧୀ, କଂଗ୍ରେସ ରାଜ୍ୟ ପ୍ରଭାରୀ ସୁଖଜିନ୍ଦର ସିଂ ରନ୍ଧାୱା, ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋତ, ପିସିସି ସଭାପତି ଗୋବିନ୍ଦ ସିଂ ଡୋଟାସରା, ସଚିନ୍ ପାଇଲଟ୍ ଏବଂ ତିନିଜଣ ସହ-ପ୍ରଭାରୀ ଉପସ୍ଥିତ ରହିବେ । ଏହା ସହିତ ପ୍ରତାପ ସିଂ ଖାଚାରିୟାବାସ, ହରିଶ ଚୌଧୁରୀ, ରଘୁ ଶର୍ମା ଏବଂ ରଘୁବୀର ମୀଣାଙ୍କ ପରି ନେତାଙ୍କ ଅଂଶଗ୍ରହଣକୁ ନେଇ ଆଲୋଚନା ହେଉଛି । ଏହି ସଭାରେ ରାଜସ୍ଥାନ ଉପରେ ନିଜର ମତାମତ ରଖିପାରନ୍ତି ରନ୍ଧାଓ୍ବା ।

ସଚିନ ପାଇଲଟଙ୍କୁ ନିର୍ବାଚନ ପାଇଁ ରାଜ୍ୟ ସଭାପତି କରାଯାଇପାରେ ବୋଲି ବିଶ୍ୱାସ କରାଯାଉଛି । ଏଥିସହ ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନରେ ପାଇଲଟଙ୍କୁ ସ୍ବାଧୀନତା ଦିଆଯାଇପାରେ। ଏହା ବ୍ୟତୀତ ଯଦି ନିର୍ବାଚନ ପରେ କଂଗ୍ରେସ ସରକାର ଗଠନ ହୁଏ, ତେବେ ଦୁଇଜଣ ଡେପୁଟି ସିଏମ୍ ଗଠନ କରାଯିବ । ସେଥିମଧ୍ୟରୁ ଗୋଟିଏ ପାଇଲଟ ଏବଂ ଅନ୍ୟଟି ଗେହଲୋଟ୍ କ୍ୟାମ୍ପରୁ ଆସିପାରନ୍ତି ବୋଲି ଅନିମାନ କରାଯାଉଛି ।

Leave a Reply

Your email address will not be published. Required fields are marked *