ବିଜେପି ନେତାଙ୍କ ସ୍ବପ୍ନ ହେଲା ସାକାର, ମନସ୍କାମନା ପୂରଣ ପାଇଁ କଲେ ମହିମା ମେଳା

କଟକ ମାହାଙ୍ଗା ଠାରେ ଚାଲିଛି ମହିମା ମେଳା । ବାଜା, ଘଣ୍ଟି ଆଉ ଶଙ୍ଖ ଧ୍ବନୀରେ ଫାଟିପଡୁଛି ପୂରା ପରିବେଶ । ଏହି ମେଳା କୌଣସି ସର୍ବସାଧାରଣ ମେଳା ନୁହେଁ ବରଂ ଜଣେ ବିଜେପି ନେତା ଏହାର ଆୟୋଜନ କରିଛନ୍ତି । ବାସ୍ତବରେ କଥା ହେଉଛି ବିଜେପି ନେତା ଶାରଦା ପ୍ରଧାନ ଏବେ ମହିମା ଆଲେଖଙ୍କ ଶରଣରେ । ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ସେପଟେ ଶାରଦା କିନ୍ତୁ, କହିଛନ୍ତି ସେ ମହିମା ଆଶ୍ରିତ ଜଣେ ସାଧାରାଣ ଭକ୍ତ । ପିଲାଦିନୁ ଆଶ୍ରମକୁ ସନ୍ୟାସୀ ହୋଇ କିଛି ଦିନ ପଳେଇ ଯାଇଥିଲେ । ବହୁ ବର୍ଷ ହେଲାଣି ମନରେ ମେଳାଟିଏ କରିବାର ତାଙ୍କର ଆଗ୍ରହ ଥିଲା । ତେବେ ଏ ବର୍ଷ ମହିମା ଗୋସାଇଁଙ୍କ କୃପା ହେବାରୁ ଅଖଣ୍ଡ ବତୀ ମହିମା ମେଳା ହୋଇପାରିଛି । ଏଥିରେ ବିଶ୍ୱ କଲ୍ୟାଣ ସହ ମହାଙ୍ଗାବାସୀଙ୍କ କଲ୍ୟାଣ କାମନା ବିନା ତାଙ୍କର କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ ବୋଲି ସେ କହିଛନ୍ତି ।

ମହିମା ଧର୍ମର ମୁଖ୍ୟ ବାବା ନିତ୍ୟାନନ୍ଦ ଦାସଙ୍କ ସହ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ ମହିମା ସନ୍ୟାସୀ ଏହି ମେଳାରେ ଯୋଗଦେଇ ବ୍ରହ୍ମଧୁନି ଅଖଣ୍ଡ ଦୀପ ସ୍ଥାପନ କାରିଥିଲେ । ସନ୍ଧ୍ୟାର ସାମୁହିକ ପ୍ରସାଦ ସେବନରେ ମଧ୍ୟ ସନ୍ୟାସୀ ମାନଙ୍କ ସହ ଶାରଦା, ପ୍ରସାଦ ସେବନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ମହିମା ଅନୁଗାମୀମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *