NCP ରୁ ଲଢିବେ ବାବା ସିଦ୍ଦିକିଙ୍କପୁଅ ଜିଶାନ ସିଦ୍ଦିକି, ଅଜିତ ଦେଲେ ଟିକେଟ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ସ୍ବର୍ଗତ ଏନସିପି ନେତା ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକି ଅଜିତ ପାଓ୍ବାରଙ୍କ ଏନସିପିରେ ଯୋଗ ଦେଇଛନ୍ତି । ଜିଶାନ ସିଦ୍ଦିକି ବର୍ତ୍ତମାନ ବାନ୍ଦ୍ରା ପୂର୍ବ ସିଟରୁ କଂଗ୍ରେସର ବିଧାୟକ ରହିଛନ୍ତି । ହେଲେ ଏବେ ସେ ଅଜିତ ପାଓ୍ବାରଙ୍କ ଏନସିପିରେ ଯୋଗ ଦେବା ପରେ ତାଙ୍କୁ ଏନସିପିର ଘଣ୍ଟା ଚିହ୍ନରେ ଲଢିବାକୁ ଟିକେଟ୍ ମଧ୍ୟ ଦିଆଯାଇଛି । ସେହିପରି ତାଙ୍କ ବିପକ୍ଷରେ ମହାବିକାଶ ଅଘାଡିର ଶିବସେନା ଉଦ୍ଧବ ଗୁଠ୍ ବାନ୍ଦ୍ରା ପୂର୍ବରୁ ବରୁଣ ଦେଶାଇଙ୍କୁ ଟିକେଟ ଦେଇଛନ୍ତି ।

ତେବେ ଜିଶାନ ମୁମ୍ବାଇ ଯୁବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଓ ବାନ୍ଦ୍ରା ପୂର୍ବ ସିଟରୁ ବିଧାୟକ ରହିଛନ୍ତି । ତାଙ୍କ ବାପା ବାବା ସିଦ୍ଦିକିଙ୍କୁ ଦଶହରା ରାତିରେ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଗୁଳି ମାରି ହତ୍ୟା କରାଯାଇଥିଲା । କ୍ରାଇମବ୍ରାଞ୍ଚ ବାବା ସିଦ୍ଦିକି ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ୧୧ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି, ଯେଉଁଥିରେ ଦୁଇ ସୁଟର ଓ ଅସ୍ତ୍ର ସପ୍ଲାୟର ମଧ୍ୟ ସାମିଲ ଅଛନ୍ତି ।

ଆପଣଙ୍କୁ ଜଣାଇ ଦେଉଛୁ, ୨୮୮ ବିଧାନସଭା ଆସନ ବିଶିଷ୍ଟ ମହାରାଷ୍ଟ୍ର ପାଇଁ ୨୦ ନଭେମ୍ବରରେ ଭୋଟ୍ ଦିଆଯିବ । ଫଳାଫଳ ନଭେମ୍ବର ୨୩ ତାରିଖରେ ଘୋଷଣା କରାଯିବ ।

Leave a Reply

Your email address will not be published. Required fields are marked *