ମାହାଙ୍ଗା: ବରାହୀପୁରରେ ଶ୍ୱାସରୁଦ୍ଧ ହୋଇ ଶିଶୁର ମୃତ୍ୟୁ !

କାର୍‌ ଭିତରେ ଶ୍ୱାସରୁଦ୍ଧ ହୋଇ ୫ ବର୍ଷୀୟ ଶିଶୁର ଜୀବନ ଯାଇଛି । କଟକ ଜିଲ୍ଲା ମାହାଙ୍ଗା ଥାନା ବରାହୀପୁରରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବରାହୀପୁର ଗାଁର ସୁବାସ ଚନ୍ଦ୍ର ସ୍ୱାଇଁଙ୍କ ଘର ଆଗରେ ଏହି କାର୍‌ ଥିବାବେଳେ ଅଘଟଣ ଘଟିଛି । ସୁବାସଙ୍କ ପାଞ୍ଚ ବର୍ଷୀୟ ପୁଅ ସତ୍ୟବ୍ରତ, କାର୍‌ ଚାବି ଆଣି ଡୋର୍‌ ଖୋଲିଥିଲା । ଗାଡ଼ି ଭିତରେ ପଶିବା ପରେ ଆଉ ବାହାରିପାରି ନଥିଲା । ଶିଶୁଟି ସେଇ କାର୍‌ ମଧ୍ୟରେ ପଡ଼ିଯାଇଥିବା ବେଳେ ଅସହ୍ୟ ଗରମ ଯୋଗୁଁ ମୃତ୍ୟୁ ହୋଇଥିଲା ।

ସେପଟେ, ଶିଶୁକୁ ନପାଇ ଘର ଲୋକ ବହୁ ଖୋଜାଖୋଜି କରିଥିଲେ । ଅପରାହ୍ଣ ୨ଟା ବେଳେ କାର୍ ଭିତରେ ଶିଶୁ ପଡ଼ିଥିବା ଦେଖିବାକୁ ପାଇଥିଲେ ପରିବାର ଲୋକେ । ଅଚେତ ଅବସ୍ଥାରେ କାର୍‌ ମଧ୍ୟରୁ ଉଦ୍ଧାର କରି ମାହାଙ୍ଗା ମେଡିକାଲ ନେଇଥିଲେ । ହେଲେ ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ମାହାଙ୍ଗା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ମାହାଙ୍ଗା ଥାନା ପୋଲିସ । ଏଥିସହ ଶବ ବ୍ୟବଚ୍ଛେଦ କରାଇଛି ପୋଲିସ । ସାମାନ୍ୟ ଅସାବଧାନତା ହେତୁ ଶିଶୁଟିର ଜୀବନ ଚାଲିଗଲା । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତେଣୁ କୁହାଯାଏ ମୃତ୍ୟୁ କେତେବେଳେ ଓ କିପରି ଆସିବ କେହି ଜାଣନ୍ତି ନାହିଁ । ଶିଶୁର ମୃତ୍ୟୁ ଏଭଳି ସ୍ଥିତିରେ ଘଟିବ ବୋଲି ପରିବାର ଲୋକେ ବିଶ୍ୱାସ କରିପାରୁ ନାହାଁନ୍ତି ।

Leave a Reply

Your email address will not be published. Required fields are marked *