ସରିଲା ମହାଦେବଙ୍କ ବିବାହ, ନାଚଗୀତରେ ଦୁଲୁକିଲା ସମ୍ବଲପୁର

ଶେଷରେ ମହା ଆଡ଼ମ୍ବରରେ ଶେଷ ହୋଇଛି ମହାଦେବଙ୍କ ବିବାହ ଉତ୍ସବ । ଥାଟ ପଟୁଆରରେ ଜଗତ ଜନନୀଙ୍କ ଘରେ ପହଞ୍ଚିବା ପରେ ପରମ୍ପରା ଅନୁସାରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି । ଏଭଳି ଅପୂର୍ବ ଦୃଶ୍ୟ ଦେଖିବା ପାଇଁ ବେଶ୍ ଭିଡ଼ ଜମିଥିଲା ।

ଜଗଦଜନନୀ ମାତା ପାର୍ବତୀଙ୍କ ହାତ ଧରିଛନ୍ତି ବାବା ଭୋଳାନାଥ । ଦେବ ଦମ୍ପତିଙ୍କ ଏବି ବିବାହ ଉତ୍ସବ ପାଇଁ ସମ୍ବଲପୁର ବେଶ୍ ଚଳଚଞ୍ଚଳ ହୋଇଥିଲା । ମା’ପାର୍ବତୀ ଏବଂ ଭୋଳାନାଥଙ୍କ ବିବାହ ଧୁମଧାମରେ ପାଳିତ ହୋଇଥିଲା ଯାହାର ଭରପୂର ମଜା ନେଇଛନ୍ତି ଲୋକେ । ଗତକାଲି ମଧ୍ୟରାତିରେ ବିରାଟ ପଟୁଆରରେ ବରଯାତ୍ରୀ ସହ ଯାଇଥିଲେ ମହାଦେବ ।

ବାଜାବାଣର ରୋଷଣୀରେ କମ୍ପିଥିଲା ସହର । ଭଳିକିଭଳି ପାରମ୍ପରିକ ନାଚଗୀତରେ ଦୁଲୁକୁଥିଲା ସମ୍ବଲପୁର ସହର । ନନ୍ଦପଡ଼ା ବାବା ବାଲୁଙ୍କେଶ୍ବର ଝାଡୁଆପଡ଼ାର ବାବା ଲୋକନାଥ ଏବଂ ମୁଦିପଡ଼ାର ବାବା ଯାଗେଶ୍ୱର ହାତଗଣ୍ଠି ପଡ଼ିସାରିଛି । ଆଜି ଦିନସାରା ଯୁଗଳ ଦର୍ଶନ ଦେବେ ନବ ଦମ୍ପତି । ଆସନ୍ତାକାଲି ସନ୍ଧ୍ୟାରେ ମନ୍ଦିର ପ୍ରବେଶ କରିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ଶୀତଳଷଷ୍ଠୀ ଅବସରରେ ବିରାଟ ସାପ ଧରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସେପଟେ, ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବାବା ଲିଙ୍ଗରାଜଙ୍କ ବିବାହ ଉତ୍ସବ ଧୁମଧାମରେ ଶେଷ ହୋଇଛି । ଗତକାଲି ରାତି ୧୦ଟା ପରେ ବରଯାତ୍ରୀ, କନ୍ୟା ଘର କେଦାରଗୌରୀ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ । ରୀତିନୀତିର ସହ ରାତି ଗୋଟାଏ ସୁଦ୍ଧା ଶେଷ ହୋଇଛି ବିବାହ କାର୍ଯ୍ୟ ।

ସେପଟେ, ଶୀତଳଷଷ୍ଠୀ ଅବସରରେ କେଦାରଗୌରୀ ଗୁଆଝରରେ ଚନ୍ଦନ ମହୋତ୍ସବ ପାଳିଲେ ବିଧାୟକ ସୁରେଶ ରାଉତରାୟ । ବିଧାୟକଙ୍କ ସମେତ ବହୁ ଲୋକ ଗୁଆଝରରେ ସ୍ନାନ କରିଛନ୍ତି ।

Leave a Reply

Your email address will not be published. Required fields are marked *