ଆଜିଠାରୁ ଦିବ୍ୟ, ଭବ୍ୟ ମହାକୁମ୍ଭ, ଓଡିଶାରୁ ଚାଲିଲା ୪ ଅତ୍ୟାଧୁନିକ ବସ୍

ପୌଷ ପୂର୍ଣ୍ଣିମାର ପବିତ୍ର ଅବସରରେ, ପ୍ରୟାଗରାଜରେ ମହାକୁମ୍ଭ ଆରମ୍ଭ ହୋଇଛି। ରାଜକୀୟ ସ୍ନାନ ପାଇଁ ଏଠାରେ ଭକ୍ତମାନଙ୍କର ଲମ୍ବା ଧାଡି ଲାଗିଛି, ଗତ ଦୁଇ ଦିନ ଧରି ଏଠାରେ ଭକ୍ତମାନେ ଏକାଠି ହେଉଛନ୍ତି।

ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ କାର୍ଯ୍ୟକ୍ରମ ‘ମହାକୁମ୍ଭ ମେଳା’। ଆଜିଠାରୁ (ଜାନୁଆରି ୧୩) ଠାରୁ ଫେବୃଆରୀ ୨୬ ପର୍ଯ୍ୟନ୍ତ ଚାଲିବ ଏହି ଉତ୍ସବ। ପ୍ରାୟ ୪୫ କୋଟି ଶ୍ରଦ୍ଧାଳୁ ‘ମହାକୁମ୍ଭ ମେଳା’କୁ ଆସିବା ଆଶା କରାଯାଉଛି। ଶ୍ରଦ୍ଧାଳୁଙ୍କ ସମେତ ଲକ୍ଷାଧିକ ସାଧୁସନ୍ଥ କୁମ୍ଭରେ ପହଁଞ୍ଚିଛନ୍ତି ଏବଂ ସେମାନଙ୍କୁ ତିର୍ଥନାଗରୀରେ ଶାନ୍ତଂପ୍ରେମୀ ଜୋରଦାର ସ୍ୱାଗତ କରିଛନ୍ତି । ଏହି ବିଶାଳ ଧାର୍ମିକ ସମାଗମ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ରସ୍ତୁତି କରିଥିବା ବେଳେ ଏହା ଉପରେ ସମଗ୍ର ବିଶ୍ୱର ନଜର ରହିଛି । ଧାର୍ମିକ ସମାଗମରେ ଦୁର୍ଘଟଣାବିହୀନ, ଶାନ୍ତିଶୃଙ୍ଖଳାରେ ଆୟୋଜନ କରିବା ଲାଗି ମୁତୟନ ହୋଇଛନ୍ତି ୩୦ ହଜାରରୁ ଅଧିକ ପୋଲିସ । ସମଗ୍ର ‘ମହାକୁମ୍ଭ ମେଳା’ ଇଲାକାରେ ଲଗାଯାଇଛି ପ୍ରାୟ ୨ ହଜାର ୭୦୦ ଆର୍ଟିଫିସିଆନ ଇଣ୍ଟେଲିଜେନ କ୍ୟାମେରା । ଏହା ସହ ଅଣ୍ଡରୱାଟର ଡ୍ରୋନ ବ୍ୟବସ୍ଥା ବି ପ୍ରଥମ ଥର ଲାଗି କରାଯାଇଛି । ମହାକୁମ୍ଭ ଭାରତୀୟ ସଂସ୍କୃତି, ଆଧ୍ୟାତ୍ମିକତା ଓ ବିଶ୍ୱାସର ପ୍ରତୀକ। ଗଙ୍ଗା, ଯମୁନା, ସରସ୍ବତୀଙ୍କ ସଂଗମ ସ୍ଥଳୀରେ ଆୟୋଜିତ ଉତ୍ସବରେ ସାମିଲ ହେଲେଣି ହଜାର ହଜାର ସାଧୁ, ସନ୍ଥ ଓ ଦେଶବିଦେଶର ଶ୍ରଦ୍ଧାଳୁ । ପ୍ରତି ୧୨ ବର୍ଷରେ ଆୟୋଜିତ ହେଉଥିବା ଏହି ମେଳା କେବଳ ଏକ ଧାର୍ମିକ କାର୍ଯ୍ୟକ୍ରମ ନୁହେଁ ବରଂ ଭାରତର ପରମ୍ପରା ଓ ଆଧ୍ୟାତ୍ମିକ ଐତିହ୍ୟର ଏକ ଦିବ୍ୟ ଉତ୍ସବ।

ଭକ୍ତଙ୍କୁ ସୁରକ୍ଷା ଦେବା ଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରୟାଗରାଜକୁ ପଡିଥିବା ସମସ୍ତ ରାସ୍ତାରେ ସୁରକ୍ଷା ବ୍ୟବସ୍ଥା କରାଯାଇଥିବାବେଳେ ମହାକୁମ୍ଭ ନଗରକୁ ରଖାଯାଇଛି ସିକ୍ୟୁରିଟି ବଳୟରେ । ଅଧିକାଂଶ ରାସ୍ତାରେ ସର୍ଚ୍ଚ ଅପରେସନ କରାଯିବା ସହ ଗାଡି ଯାଞ୍ଚ ବ୍ୟବସ୍ଥା କଡାକଡି କରାଯାଇଛି । ୧୦୨ଟି ଚେକ ପଏଣ୍ଟ ପ୍ରତିଷ୍ଠା କରାଯାଇଥିବାବେଳେ ୭ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଏହା ସହ ଏନଡିଆରଏପ ଓ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ବି ମୁତୟନ ହୋଇଛନ୍ତି । ୧୨୫ରୁ ଅଧିକ ଆମ୍ବୁଲାନ୍ସ ଓ ୭ଟି ରିଭର ଆମ୍ବୁଲାନସ ନିୟୋଜିତ ରହିଛି । ମହାକୁମ୍ଭ କେବଳ ପାପରୁ ମୁକ୍ତି ପାଇବାର ଏକ ଅବସର ନୁହେଁ, ବରଂ ଆତ୍ମା ଶୁଦ୍ଧି ଏବଂ ମୁକ୍ତି ପ୍ରାପ୍ତିର ଏକ ମାର୍ଗ ବୋଲି କୁହାଯାଏ । କୁମ୍ଭମେଳା ଅବସରରେ ୧୩ ହଜାର ଟ୍ରେନର ବ୍ୟବସ୍ଥା କରାଯାଇଛି । ୧୪୪ ବର୍ଷ ପରେ ଏହି ମହାସଂଯୋଗ ଘଟିବାକୁ ଯାଉଛି । ଗୋଟିଏ ସ୍ଥାନରେ ଗୋଟିଏ ଘରେ ୪ଟି ଗ୍ରହ ଅର୍ଥାତ ସୂର୍ଯ୍ୟ, ଚନ୍ଦ୍ର, ଶନି ଓ ବୃହସ୍ପତି ଅବସ୍ଥାନ କରିବେ । ଏହି ସମୟରେ ସାହି ସ୍ନାନ କଲେ ବୈକୁଣ୍ଠ ପ୍ରାପ୍ତି ବିଶ୍ବାସ ରହିଛି । ଆସନ୍ତା ୧୪ରେ ସାହି ସ୍ନାନ ଲାଗି ପବିତ୍ର ଯୋଗ ରହିଛି ।

ପବିତ୍ର ମହାକୁମ୍ଭ ଅବସରରେ ଦେଶ ବିଦେଶରୁ କୋଟି କୋଟି ଶ୍ରଦ୍ଧାଳୁ ସଙ୍ଗମରେ ସ୍ନାନ କରିବେ। ହଜାର ହଜାର ନାଗା ସାଧୁଙ୍କ ଆଗମନ କୁମ୍ଭମେଳାର ମୁଖ୍ୟ ଆକର୍ଷଣ ପାଲଟିଛି। ରାଜ୍ୟ ସରକାର ଏହି ମେଗା କାର୍ଯ୍ୟକ୍ରମ ପାଇଁ ୧୨ ହଜାର ୬୭୦ କୋଟି ଟଙ୍କା ବିନିଯୋଗ କରିଥିବା ଜଣାପଡିଛି ।

ମହାକୁମ୍ଭ ମେଳାରେ ଯେପରି ଓଡ଼ିଶାର ଶ୍ରଦ୍ଧାଳୁମାନେ ସୁବିଧାରେ ଯୋଗଦେଇପାରିବେ ସେଥିପାଇଁ ରାଜ୍ୟ ସରକାର ପକ୍ଷରୁ ଚାରୋଟି ଅତ୍ୟାଧୁନିକ ବସ୍ ସେବା ଆରମ୍ଭ ହୋଇଛି। ଓଏସ୍ଆରଟିସି ଏହି ୪ଟି ବସ୍ ପୁରୀ, ସମ୍ବଲପୁର, ବ୍ରହ୍ମପୁର, ଭବାନୀପାଟଣାରୁ ୨୦୦ ଜଣ ଶ୍ରଦ୍ଧାଳୁଙ୍କୁ ନେଇ ଯାତ୍ରା ଆରମ୍ଭ କରିଛି। ଏହି ବସ୍ ପ୍ରୟାଗରାଜ ଓ ବାରାଣସୀ ଦେଇ ଅଯୋଧ୍ୟା ପର୍ଯ୍ୟନ୍ତ ଯିବ ।

Leave a Reply

Your email address will not be published. Required fields are marked *