
ମଦୁରାଇ ଷ୍ଟେସନରେ ଏକ ଟ୍ରେନ କମ୍ପାର୍ଟମେଣ୍ଟରେ ଭୀଷଣ ଅଗ୍ନିକାଣ୍ଡ, ୧୦ ଜଣ ମୃତ, ୨୦ ରୁ ଅଧିକ ଆହତ ଦକ୍ଷିଣ ରେଳବାଇ କହିବା ଅନୁସାରେ ବେଆଇନ ଗ୍ୟାସ ସିଲିଣ୍ଡର ଯୋଗୁ ଘଟିଛି ଅଗ୍ନିକାଣ୍ଡ ଏକ ଘରୋଇ ପାର୍ଟି କୋଚ୍ ର ଯାତ୍ରୀମାନେ ବ୍ୟବହାର କରୁଥିଲେ ସିଲିଣ୍ଡର ଯାତ୍ରୀମାନେ ଉତ୍ତରପ୍ରଦେଶର ଲଖନଉ ରୁ ପହଞ୍ଚିଥିଲେ ଏହି କୋଚ୍ ଟି ଗତକାଲି (ଅଗଷ୍ଟ ୨୫) ଟ୍ରେନ୍ ନଂ ୧୬୭୩୦ (ପୁନାଲୁର-ମଦୁରାଇ ଏକ୍ସ) ରେ ନାଗେରକୋଏଲ୍ ଜଙ୍କସନରେ ସଂଲଗ୍ନ ହୋଇଥିଲା ଆଜି ସକାଳ ୦୫: ୧୫ ରେ ଅଗ୍ନିକାଣ୍ଡ ଘଟିଥିଲା ଏବଂ ଅଧ ଘଣ୍ଟା ପରେ ଘଟଣାସ୍ଥଳରେ ପହଞ୍ଚିଥିବା ଅଗ୍ନିଶମ ସେବା କର୍ମଚାରୀମାନେ ସକାଳ ୦୭:୧୫ ସୁଦ୍ଧା ନିଆଁକୁ ଆୟତ୍ତ କରିଥିଲେ