ପଂଚାୟତରେ ପଡିଲା ତାଲା, ଦୀର୍ଘ ୫ ଘଣ୍ଟା ପରେ ମୁକୁଳିଲେ ସରପଞ୍ଚ ଓ ଯୋଗାଣ ସହାୟକ ବାବୁ

ବିଜାତଳା ବ୍ଲକର ମାଣିକପୁର ପଂଚାୟତରେ ପିଡ଼ିଏସ ଚାଉଳ ଦେବାରେ ବ୍ୟତିକ୍ରମ ଦେଖା ଯିବାକୁ ନେଇ ଶନିବାର ଦିନ କିଛି ପଂଚାୟତ ବାସୀ ଏହି ବିଷୟରେ ମାଣିକପୁର ସରପଞ୍ଚ ଶ୍ରୀଯୁକ୍ତ ସୁଶାନ୍ତ କୁମାର ମୁଣ୍ଡାଙ୍କୁ ପଂଚାୟତକୁ ଆସିବା କୁ କହିଥିଲେ lସେ ପଂଚାୟତରେ ପହଂଚି ଲୋକ ମାନଙ୍କ ଚାଉଳ ପରିମାଣ କେତେ କମ ହେଉଛି ବୋଲି ବୁଝି ଥିଲେ l କିଛି ପଂଚାୟତ ବାସୀ ଉତ୍ତେଜିତ ହୋଇ ମାଣିକପୁର ସରପଞ୍ଚ, ଯୋଗାଣ ସହାୟକ, ଏବଂ ଜଣେ ହିତାଧିକାରୀଙ୍କୁ ଭିତରେ ରଖି ବାହାର ପଟୁ ତାଲା ପକାଇ ଦେଇଥିଲେ lଏହି ଖବର ଶୁଣି ପ୍ରଶାସନ ଗୋରୁମହିଷାଣୀ ଥାନା ଅଧିକାରୀ ଓ କିଛି କର୍ମୀଚାରୀ ଏବଂ ବିଜାତଳା ବିଡ଼ିଓ ବଂଶୀଧର ଖୋସଲl ଘଟଣାସ୍ଥାନରେ ପହଂଚି ପ୍ରଥମେ ପଂଚାୟତ କାର୍ଯଳୟ ତାଲା ଖୋଲି ଥିଲେ lପିଡ଼ିଏସ ଚାଉଳ ଓଜନ ମାପ ବଣ୍ଟନରେ ଵ୍ୟତିକ୍ରମ ଦେଖି ଥିଲେ ବିଜାତଳା ବ୍ଲକ ବିଡ଼ିଓ।

ବିଡ଼ିଓଙ୍କ ଉପସ୍ଥିତି ରେ ଚାଉଳ ଓଜନ ପ୍ରାୟ 3କି.ଗ୍ରା. ଚାଉଳ କମ ଦିଆଯାଇ ଥିଲା ହିତାଧିକାରୀଙ୍କୁ l ଚାଉଳ ହେରଫେର ହୋଇଥିବା ଅଭିଯୋଗ ନଜରକୁ ଆସିଥିଲା l ଚାଉଳ ହେରଫେର ଘଟଣାରେ ଯୋଗାଣ ସହାୟକଙ୍କୁ ବହିଷ୍କାର କରାଯିବାକୁ ନେଇ ବିଜତଳା ବିଡ଼ିଓ ନିଜ ପ୍ରତିକ୍ରିୟା ଦେଇଥିଲେ lବିଜତାଳ ବିଡ଼ିଓ ପ୍ରତିକ୍ରିୟା ଦେଲେ କିନ୍ତୁ କାର୍ଯାନୁଷ୍ଠାନ କେବେ ନେଉଛନ୍ତି ତାହା ପଂଚାୟତ ବାସୀ ଅପେକ୍ଷା ରେ ରହିଲେ l ମୟୂରଭଞ୍ଜ ରାଇରଙ୍ଗପୁର ରୁ ରାମେଶ୍ଵର କୁମାର ଅଗ୍ରୱାଲ ଙ୍କ ରିପୋର୍ଟ ସୁଚନା ଟିଭି