ଚାଷ ଜମିରେ ବଜ୍ରାଘାତ, ଯୁବକଙ୍କ ମୃତ୍ୟୁ

ପୁଣି ଜଣେ ବ୍ଯକ୍ତିଙ୍କର ବଜ୍ରାଘାତରେ ମୃତ୍ଯୁ ଘଟିଛି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଲକ ବାଶଂଡା ଥାନା ଅଧିନସ୍ଥ ଘଣ୍ଟେଶ୍ବର ବିଜାପୁର ଗ୍ରାମରେ । ଗତକାଲି କ୍ଷେତକୁ ବାସୁଦେବ ନାୟକ ଚାଷ କାର୍ଯ୍ୟ ପାଇଁ ଯାଇଥିବାବେଳେ ବଜ୍ରପାତରେ ମୃତ୍ୟୁ ବରଣ କରିଛନ୍ତି ।

ମୃତ ନାୟକ ତିହିଡ଼ି ବ୍ଲକ ଅନ୍ତର୍ଗତ ଯାମଜୋଡି ପଞ୍ଚାୟତ ଥିବା ଚାଷ ଜମି କୁ ଯାଉଥିବା ସମୟରେ ବଜ୍ରାଘାତରେ ତାଙ୍କର ଦେହର ଅଳ୍ପ କିଛି ଅଂଶ ପଡିଯାଇଥିଲା। ତା’ପରେ ତାଙ୍କୁ ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା, ଏବଂ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ବାଶଂଡା ପୋଲିସ ପହଞ୍ଚିଥିଲା ଏବଂ ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲା ।

Leave a Reply

Your email address will not be published. Required fields are marked *