
ଆପଣଙ୍କ ଖାଦ୍ୟପେୟରେ ସଠିକ୍ ପରିବର୍ତ୍ତନ କରିବା ଆପଣଙ୍କୁ ସୁସ୍ଥ ରଖିବା ଏବଂ ଆପଣଙ୍କ ଜୀବନର ଗୁଣବତ୍ତା ଉନ୍ନତ କରିବାରେ ଏକ ବଡ଼ ଭୂମିକା ଗ୍ରହଣ କରିପାରିବ। ଲେମ୍ବୁ ପାଣି ପିଇବା ଏପରି ଏକ ପ୍ରକାର ଯାହା ଏହାର ଅନେକ ସ୍ୱାସ୍ଥ୍ୟ ଲାଭ ପାଇଁ ଦୃଷ୍ଟି ଆକର୍ଷଣ କରିଛି। ଆପଣଙ୍କର ନିୟମିତ ଅଭ୍ୟାସରେ ଲେମ୍ବୁ ପାଣିକୁ ସାମିଲ କରିବା ଆପଣଙ୍କ ସ୍ୱାସ୍ଥ୍ୟକୁ ଅନେକ ଦିଗରେ ବୃଦ୍ଧି କରିବାର ଏକ ସରଳ କିନ୍ତୁ ପ୍ରଭାବଶାଳୀ ଉପାୟ ହୋଇପାରେ। ଗ୍ରୀଷ୍ମ ମାସରେ ଲେମ୍ବୁ ପାଣି ଆପଣଙ୍କୁ ହାଇଡ୍ରେଟେଡ୍ ରଖିପାରେ, ରୋଗ ପ୍ରତିରୋଧକ ଶକ୍ତିକୁ ଶକ୍ତିଶାଳୀ କରିଥାଏ ଏବଂ ଶକ୍ତି ସ୍ତରକୁ ବୃଦ୍ଧି କରିଥାଏ। ନିକଟରେ, ଏକ ଇନଷ୍ଟାଗ୍ରାମ ଭିଡିଓରେ, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡକ୍ଟର ସୌରଭ ସେଟ୍ଟୀ ୩୦ଦିନ ପର୍ଯ୍ୟନ୍ତ ଲେମ୍ବୁ ପାଣି ପିଇବା ଦ୍ୱାରା ଆପଣ ଅନୁଭବ କରୁଥିବା ପରିବର୍ତ୍ତନ ବିଷୟରେ କହିଥିଲେ। ଫାଇଦା ଜାଣିବା ପାଇଁ ପଢିବା ଜାରି ରଖନ୍ତୁ ଏବଂ ଏହି ରୁଟିନ କୁ ସୁରକ୍ଷିତ ଭାବରେ ଅନୁସରଣ କରନ୍ତୁ।

ଏକ ମାସ ପର୍ଯ୍ୟନ୍ତ ଲେମ୍ବୁ ପାଣି ପିଇବାର ଲାଭ
“ଯଦି ଆପଣ ୩୦ ଦିନ ପର୍ଯ୍ୟନ୍ତ ଲେମ୍ବୁ ପାଣି ପିଇବେ ତେବେ କ’ଣ ହୁଏ? ଲେମ୍ବୁରେ ୩୦ପ୍ରକାରର ଉପକାରୀ ଉଦ୍ଭିଦ ଯୌଗିକ ଥାଏ। ଫ୍ରେସ ଚିପୁଡା ଲେମ୍ବୁ ରସ ସବୁଠାରୁ ଭଲ ହୋଇଥାଏ । କାହିଁକିନା ଏହାକୁ ପାଶ୍ଚରାଇଜ କରାଯାଇ ନଥାଏ ଏବଂ ଏହାର ଅଧିକ ପୋଷକ ତତ୍ତ୍ୱକୁ ବଜାୟ ରଖିଥାଏ,” କହିଛନ୍ତି ଡକ୍ଟର ସୌରଭ ସେଟ୍ଟୀ।

୧. ଲୌହ ଶୋଷଣରେ କରେ ସାହାଯ୍ୟ
“ପ୍ରାକୃତିକ ଆସେଟିକ୍ ଆପଣଙ୍କ ଶରୀରକୁ ଖଣିଜ ପଦାର୍ଥ, ବିଶେଷକରି ଲୌହ, ଅଧିକ ପ୍ରଭାବଶାଳୀ ଭାବରେ ଅବଶୋଷଣ କରିବାରେ ସାହାଯ୍ୟ କରିପାରେ,” ଡକ୍ଟର ସେଟ୍ଟି ବ୍ୟାଖ୍ୟା କରନ୍ତି।
ଲେମ୍ବୁରେ ଭିଟାମିନ୍ ସି ଏବଂ ସାଇଟ୍ରିକ୍ ଏସିଡ୍ ଉଭୟ ଥାଏ ଏବଂ ଏଗୁଡ଼ିକ ଆପଣଙ୍କ ଖାଦ୍ୟରୁ ଯଥାସମ୍ଭବ ଲୌହ ଶୋଷଣ କରିବାରେ ସାହାଯ୍ୟ କରେ। ଉନ୍ନତ ଲୌହ ସ୍ତର ରକ୍ତହୀନତାର ଆଶଙ୍କାକୁ ସମ୍ଭାବ୍ୟ ଭାବରେ ହ୍ରାସ କରିପାରିବ।

୨. ଚର୍ମ ଏବଂ ସନ୍ଧି ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରେ
“ଏଗୁଡ଼ିକ ଭିଟାମିନ୍ ସିର ଏକ ମହାନ ଉତ୍ସ ଯାହା ସୁସ୍ଥ ଚର୍ମ, ସନ୍ଧି ଏବଂ ସଂଯୋଜକ ଟିସୁ ପାଇଁ ଜରୁରୀ କୋଲାଜେନ୍ ଉତ୍ପାଦନକୁ ସମର୍ଥନ କରେ,” କହିଛନ୍ତି ବିଶେଷଜ୍ଞ ।

୩. ହଜମ ପ୍ରକ୍ରିୟା କରେ ଉନ୍ନତ
ଲେମ୍ବୁ ପାଣି ପାଚନ ପ୍ରଣାଳୀକୁ ଉତ୍ତେଜିତ କରିପାରେ, ପେଟ ଫୁଲିବା ଏବଂ ବଦହଜମୀ ଭଳି ଲକ୍ଷଣଗୁଡ଼ିକରୁ ମୁକ୍ତି ଦେଇଥାଏ। ଅଧ୍ୟୟନରୁ ଜଣାପଡିଛି ଯେ ଲେମ୍ବୁ ରସ ଗ୍ୟାଷ୍ଟ୍ରିକ୍ ଏସିଡ୍ କ୍ଷରଣକୁ ବୃଦ୍ଧି କରିବାରେ ସାହାଯ୍ୟ କରିପାରେ ଯାହା ଆପଣଙ୍କ ଶରୀରକୁ ଖାଦ୍ୟ ଭାଙ୍ଗିବା ଏବଂ ହଜମ କରିବାରେ ସାହାଯ୍ୟ କରେ।

୪. ଆଣ୍ଟିଅକ୍ସିଡାଣ୍ଟ ବୃଦ୍ଧି
ଲେମ୍ବୁରେ ଭିଟାମିନ୍ ସି ଏବଂ ଫ୍ଲାଭୋନଏଡ୍ସ ସମେତ ଅନେକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଥାଏ। ଆଣ୍ଟିଅକ୍ସିଡାଣ୍ଟ ମୁକ୍ତ ରାଡିକାଲ୍ସ ସହିତ ଲଢ଼ିବାରେ ସାହାଯ୍ୟ କରେ, ଦୀର୍ଘସ୍ଥାୟୀ ରୋଗର ଆଶଙ୍କା କମ କରେ ଏବଂ ସୁସ୍ଥ ଚର୍ମକୁ ପ୍ରୋତ୍ସାହିତ କରେ।