ଲୋୟର ପିଏମଜିରେ ପୋଲିସ- ଅଧ୍ୟାପକ ଧସ୍ତାଧସ୍ତି, ବୋହିଲା ଗୁରୁଙ୍କ ରକ୍ତ

ବିଧାନସଭା ଭିତରକୁ  ଧସେଇ ପଶିବାକୁ ଚେଷ୍ଟା କରୁଥିବା ବେଳେ ଅଧ୍ୟାପିକାଙ୍କ କାନ ଫାଟିଲା । ପୋଲିସ୍ ସହ ଧସ୍ତାଧସ୍ତି ବେଳେ ଆହତ ହେଲେ ଅଧ୍ୟାପକ । ମଙ୍ଗଳବାର  ଶତାଧିକ ଅଣଅନୁଦାନ ପ୍ରାପ୍ତ ଅଧ୍ୟାପକ ଅଧ୍ୟାପିକା ବିଭିନ୍ନ ଦାବି ପୂରଣ ନ ହେବା ପରେ ଲୋୟର ପିଏମଜିରେ ଗର୍ଜିଲେ । ସେପଟେ ଅଧ୍ୟାପକଙ୍କ ଆକ୍ରାମକ ରୂପ ଦେଖି ଆହୁରି ଗରମ ମୁଡ୍ ରେ ପୋଲିସ ଆଗେଇ ଆସିଥିଲା । ପୋଲିସ ଭାଙ୍ଗି ଦେଲା ଅଣ ଅନୁଦାନପ୍ରାପ୍ତ ଅଧ୍ୟାପକଙ୍କ ଟେଣ୍ଟ । ବିଧାନସଭା ସମ୍ମୁଖରେ ପୋଲିସ ଅଧ୍ୟାପକ ଧସ୍ତାଧସ୍ତି ଦୀର୍ଘ ସମୟ ଧରି ଚାଲିଥିଲା। ଲୋୟର ପିଏମଜିରେ ପୋଲିସର ଲାଠି ମାଡରେ ରାଜରାସ୍ତାରେ ପଡ଼ିଲା ରକ୍ତର ଛିଟା ।

ନିଜର ଦାବି ପୁରଣ ପାଇଁ ଦୀର୍ଘ  ୪୦୦  ଦିନ ଧରି ଲୋୟର୍ ପି ଏମ୍ ଜିରେ ଧାରଣାରତ ଥିଲେ ବେସରକାରୀ ଅଧ୍ୟାପିକା ଅଧ୍ୟାପକ । ମଙ୍ଗଳବାର ଆନ୍ଦୋଳନରତ ଅଣ ଅନୁଦାନ ପ୍ରାପ୍ତ ଅଧ୍ୟାପକ ଅଧ୍ୟାପିକାମାନେ ଆନ୍ଦୋଳନରେ ବସିଥିବା ବେଳେ ସେଠାରେ ହାତ ଗଣତି କିଛି ପୋଲିସ କର୍ମଚାରୀ ଜଗି ରହିଥିଲେ।  ହଠାତ୍ ଶହ ଶହ ସଂଖ୍ୟାରେ ବେସରକାରୀ ଅଧ୍ୟପାକ ଅଧ୍ୟାପିକା ସେଠାରେ ପହଞ୍ଚିବା ସହ ବିଧାନସଭା ଆଡକୁ  ଧସେଇ ପଶିବା ପାଇଁ ଉଦ୍ୟମ କରିବା ବେଳେ ଅଧାବାଟରେ ପୋଲିସ୍ ଅଟକେଇବାକୁ ଚେଷ୍ଟା କରିଥିଲା । ଏତେ ସଂଖ୍ୟକ ଅଧ୍ୟାପକ ଅଧ୍ୟାପିକା ଆନ୍ଦୋଳନକୁ ଓହ୍ଲାଇବେ ବୋଲି ପୋଲିସ୍ ପାଖରେ ସୂଚନା ନଥିଲା ।

ଏତେ ସଂଖ୍ୟକ ଆନ୍ଦୋଳନରତ ଅଧ୍ୟାପିକା ଅଧ୍ୟାପକମାନଙ୍କୁ ଅଟକାଇବା ପୋଲିସ ପାଇଁ ଅସମ୍ଭବ ହୋଇପଡିଥିଲା।  ତଥାପି ପୋଲିସ ଆନ୍ଦୋଳନକାରୀଙ୍କୁ  ଅଟକାଇବାକୁ ଚେଷ୍ଟା କରିଥିଲା। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି। ରାଗ ତମତମ ପୋଲିସ୍ ଅଧ୍ୟାପକ ଏବଂ ଅଧ୍ୟାପିକା ଲୋଏ ର ପି ଏମ୍ ଜି ରେ ଥିବା ଟେଣ୍ଟକୁ ଭାଙ୍ଗି ଦେଇଥିଲେ ।  ସେପଟେ ପୋଲିସର ଲାଠି ଚାର୍ଜରେ ଜଣେ ଅଧ୍ୟାପିକାଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ କିଛି ସାମାନ୍ୟ ଆହତ ମଧ୍ୟ ହୋଇଛନ୍ତି।

Leave a Reply

Your email address will not be published. Required fields are marked *