
ଯାଜପୁର ଜିଲ୍ଲା ବ୍ୟାସନଗର ସ୍ଥିତ ସରୋବରଠାରେ ଥିବା ନୂତନ ଜଗନାଥ ମନ୍ଦିର ଓ ରୋଷେଇଘର ନିର୍ମାଣ ପାଇଁ ଆଜି ବିଧାୟକ ଆକାଶ ଦାସ ନାୟକ ଶିଳାନ୍ୟାସ କରିଛନ୍ତି । ପାଖାପାଖି ଦେଢ଼ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ମନ୍ଦିରଟି ଏକ ବର୍ଷ ଭିତରେ ସମ୍ପୂର୍ଣ ହେବ ବୋଲି ବିଧାୟକ ସୂଚନା ଦେଇଛନ୍ତି । ପୂର୍ବତନ ବିଧାୟକ ଅଶୋକ ବଳଙ୍କ ଉଦ୍ୟମରେ 5ଟି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଏହି ମନ୍ଦିର କାର୍ଯ୍ୟ ପାଇଁ ସରକାରଙ୍କ ତରଫରୁ ଅନୁଦାନ ଦିଆଯାଇଥିଲା । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ପୌରଧ୍ୟକ୍ଷା ସଂଗୀତା ପିଙ୍ଗୁଆ, କାଉନସିଲର, ଅଶୋକ ରାଉତ, ରବୀନ୍ଦ୍ର ରାଉତଙ୍କ ଏବଂ ପୂଜକ ପୀତବାସ ପତି ଶର୍ମା ଉପସ୍ଥିତ ରହିଥିଲେ ।