ହୃଦଘାତ ସମ୍ବନ୍ଧରେ କମ ଜ୍ଞାନ କାରଣରୁ ଅଧିକାଂଶ ମୃତ୍ୟୁ ହୋଇଥାଏ। ଲୋକମାନେ ହୃଦଘାତର ଚିହ୍ନ ଏବଂ ଲକ୍ଷଣ ବିଷୟରେ ଅବଗତ ନୁହଁନ୍ତି, ଯେଉଁଥି ପାଇଁ ଅଧାରୁ ଅଧିକ ମୃତ୍ୟୁ ହୃଦଘାତରୁ ହୋଇଥାଏ ବୋଲି ଏମ୍ସ ପକ୍ଷରୁ କୁହାଯାଇଛି। ଦିଲ୍ଲୀ ଏମ୍ସର ଡାକ୍ତରଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି ଯେ ହୃଦ୍ରୋଗ ଏବଂ ଷ୍ଟ୍ରୋକ୍ ଜରୁରୀକାଳୀନ ରୋଗୀଙ୍କ ମଧ୍ୟରୁ ଅଳ୍ପ ସଂଖ୍ୟକ ରୋଗୀ ଶୀଘ୍ର ସ୍ୱାସ୍ଥ୍ୟ ସୁବିଧା ପର୍ଯ୍ୟନ୍ତ ପହଞ୍ଚିପାରନ୍ତି। ଏମ୍ସ କମ୍ୟୁନିଟି ମେଡିସିନ୍ ପ୍ରଫେସର ଡକ୍ଟର ଆନନ୍ଦ କୃଷ୍ଣନ୍ ଅଧ୍ୟୟନ ବିଷୟରେ ବିସ୍ତୃତ ଭାବରେ କହିଛନ୍ତି କି, ଏହି ଅଧ୍ୟୟନ ଏମ୍ସର କାର୍ଡିଓଲୋଜି, ସ୍ନାୟୁବିଜ୍ଞାନ ଏବଂ କମ୍ୟୁନିଟି ମେଡିସିନ୍ ତିନୋଟି ବିଭାଗ ଦ୍ୱାରା କରାଯାଇଥିଲା।
ଡକ୍ଟର ଆନନ୍ଦ କୃଷ୍ଣନ୍ କହିଛନ୍ତି ଯେ ଆମେ ଏହି ଅଧ୍ୟୟନ ବଲାଭଗଡ ବ୍ଲକ ଫରିଦାବାଦରେ କରିଥିଲୁ। ଯେଉଁମାନେ ବ୍ରେନ ଆଟାକ ବା ହାର୍ଟ ଆର୍ଟାକରେ ମୃତ୍ୟୁବରଣ କରିଥିଲେ ସେମାନଙ୍କ ବିଷୟରେ ଆମେ ଏକ ସାମାଜିକ ଅଡିଟ୍ କରିଥିଲୁ। ଏହି ଅଧ୍ୟୟନର ଉଦ୍ଦେଶ୍ୟ ଥିଲା ଆର୍ଟାକର ସମ୍ମୁଖୀନ ହେଉଥିବା ରୋଗୀମାନେ ଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚିଛନ୍ତି କି ନାହିଁ ତାହା ଜାଣିବା? ଚିକିତ୍ସା କ୍ଷେତ୍ରରେ ସେମାନେ ସମସ୍ୟାର ସମ୍ମୁଖୀନ ହୋଇଥିଲେ ନା ବିଳମ୍ବ ହେବା କାରଣରୁ ମୃତ୍ୟୁ ହୋଇଥିଲା?
ତେବେ ଅଧ୍ୟୟନରେ ଦେଖାଯାଇଥିଲା କି ପ୍ରାୟ ୧୦ ପ୍ରତିଶତ ଲୋକ ଏକ ଘଣ୍ଟା ପୂର୍ବରୁ ଡାକ୍ତରଖାନାରେ ପହଞ୍ଚିଥିଲେ। ଉଭୟ ଷ୍ଟ୍ରୋକ କ୍ଷେତ୍ରରେ ଏକ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ରୋଗୀ ଯେତେ ଶୀଘ୍ର ଚିକିତ୍ସା ପାଆନ୍ତି, ଫଳ ସେତେ ଭଲ ମିଳିଥାଏ। ଡାକ୍ତର କୃଷ୍ଣାନ ଆହୁରି କହିଥିଲେ ଯେ, ପ୍ରଥମ ଘଣ୍ଟାରେ ପ୍ରାୟ ୧୦ ପ୍ରତିଶତ ଲୋକ ଡାକ୍ତରଖାନାରେ ପହଞ୍ଚିଥିବା ବେଳେ ୩୦-୪୦ ପ୍ରତିଶତ ଲୋକ ନିଜ ତରଫରୁ ବିଳମ୍ବ କରିନଥିଲେ ଓ ୫୫ ପ୍ରତିଶତ ସେମାନଙ୍କ ଅସୁବିଧା ବିଷୟରେ ବୁଝିବାରେ ବିଳମ୍ବ କରିଥିଲେ ।
ହାର୍ଟ ଆର୍ଟାକ ଓ ବ୍ରେନ ଷ୍ଟ୍ରୋକ କିମ୍ବା ସାମାନ୍ୟ ଯନ୍ତ୍ରଣା କ୍ଷେତ୍ରରେ ରୋଗୀ ଡାକ୍ତରଖାନା ଯିବା କି ନାହିଁ ଏହି ଅସମସ୍ୟତା ଭିତରେ ଥାନ୍ତି। ଏହା ଷ୍ଟ୍ରୋକ ନା କୌଣସି ମାମୁଲି ସମସ୍ୟା ଏହା ବୁଝିପାରି ନ ଥାନ୍ତି। ସେମାନଙ୍କୁ ଡାକ୍ତରଖାନା ଯିବାର ଅଛି କି ନାହିଁ ତାହା ସ୍ଥିର କରିବାରେ ବିଳମ୍ବ କରିଥିଲେ। ସେହିପରି କିଛି ଲୋକ ଭାବିଥିଲେ ମଧ୍ୟ ସେହି ସମୟରେ ଡାକ୍ତରଖାନା ଯିବାକୁ ଗାଡି ଏବଂ ଟଙ୍କା ସମସ୍ୟା ହେତୁ ଦେଖାଦେଇଥିଲା। ତେଣୁ ୨୦-୩୦ପ୍ରତିଶତ ଲୋକ ଯାଇପାରିନଥିଲେ ଡାକ୍ତରଖାନା। ଡାକ୍ତରଖାନାରେ ପହଞ୍ଚିବା ପାଇଁ ଅର୍ଥାଭାବ ଓ ଭୌଗୋଳିକ କିମ୍ବା ଶାରୀରିକ ସୁବିଧା ମଧ୍ୟ ରହିଥିଲା। ପ୍ରାୟ ୧୦ ପ୍ରତିଶତ ଲୋକ ଡାକ୍ତରଖାନାରେ ପହଞ୍ଚିବାରେ ବିଳମ୍ବ କରିଥିଲେ। ଏହି ସବୁ କାରଣ ପାଇଁ ଲୋକଙ୍କ ମୃତ୍ୟୁ ହୋଇଥିବା ଏମ୍ସର ଅଧ୍ୟୟନରୁ ଜଣାପଡିଛି।