ଗଙ୍ଗାଘାଟରେ ଚାଞ୍ଚଲ୍ୟ! ଟ୍ରଲିବ୍ୟାଗରୁ ମିଳିଲା ମୁଣ୍ଡ କଟା ଶବ

ପ୍ରତ୍ୟେକ ଦିନପରି ସୋମବାର ଲୋକେ କରୁଥାନ୍ତି ଯୋଗାଭ୍ୟାସ। ସେତିକି ବେଳେ କେଉଁଆଡୁ ଆସି ଛିଡା ହେଲା ଗୋଟେ ଧଳା କାର୍। କାରରୁ ଓହ୍ଲାଇଲେ ଦୁଇ ଜଣ ମହିଳା। ଆଉ ସଙ୍ଗରେ ଥିଲା ଗୋଟେ ନୀଳ ରଙ୍ଗର ଟ୍ରଲି ବ୍ୟାଗ୍। ଖାଲି ଏପଟ ସେପଟ ଚାହୁଁଥାନ୍ତି ଆଉ ଭାରି ବ୍ୟାଗ୍ ଘୋଷାରି ଘୋଷାରି ଆଣୁଥାନ୍ତି । ନଦୀରେ ଫିଙ୍ଗିବାକୁ ଚେଷ୍ଟା କରୁଥାନ୍ତି । ସେମାନଙ୍କ କାର୍ଯ୍ୟକଳାପ ଦେଖି ସ୍ଥାନୀୟ ଲୋକଙ୍କ ମନେରେ ସନ୍ଦେହ ଉପୁଜିଥିଲା ।

ଏବଂ ସେ ଦୁହେଁ କୁ ବ୍ୟାଗ୍ ରେ କଣ ଅଛି ପଚାରିବା ସହିତ ସୁଟକେସକୁ ଖୋଲିବାକୁ କହିଥିଲେ। ଏହାଶୁଣି ସେ ଦୁହେଁ ଉତ୍ତର ଦେଇଥିଲେ ଯେ ସେଥିରେ ତାଙ୍କର ମଲା କୁକୁରର ମୃତ ଦେହ ଅଛି । ହେଲେ ଏହାକୁ ଲୋକ ମାନେ ବିଶ୍ୱାସ କରିନଥିଲେ। ସଙ୍ଗେ ସଙ୍ଗେ ପୋଲିସ୍ କୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଲା ପୋଲିସ। ତା ପରେ ସୁଟକେସ ଖୋଲିଲା। ତାହା ଭିତରେ ଯାହା ଦେଖିଲା ତାହା ସମସ୍ତଙ୍କ ହସ ଉଡ଼ାଇ ଦେଲା।

କରଣ ସେଥିରେ ଥିଲା ଗୋଟେ ମହିଳାଙ୍କ ମୁଣ୍ଡ ବିହୀନ ରକ୍ତ ଯୁଡୁବୁଡୁ ମୃତ ଦେହ। ତେବେ ପୋଲିସ ଟ୍ରଲିବ୍ୟାଗରୁ ରକ୍ତ ଯୁଡୁ ବୁଡୁ ମୃତଦେହକୁ ଜବତ କରିବା ସହ ଉଭୟ ମହିଳାଙ୍କୁ ଗିରଫ କରିଛି। ମହିଳା ଅଭିଯୁକ୍ତ ଦୁଇ ଜଣ ହେଲେ ଫାଲଗୁନୀ ଘୋଷ ଓ ତାଙ୍କ ମାଆ ଆରତୀ ଘୋଷ। ଆଉ ମୃତ ମହିଳା ଜଣକ ହେଲେ ସୁମିତା ଘୋଷ। ସେ ହେଉଛନ୍ତି ଫାଲଗୁନ ଘୋଷଙ୍କ ପିଉଷୀ ଶାଶୁ । କୋଲକାତାର ମଧ୍ୟମ ଗ୍ରାମରୁ ମୃତ ଦେହକୁ ଆଣି କୁମାରଘାଟି ଆସିଥିଲେ।

ଖବର ଅନୁଯାୟୀ ଫାଲଗୁନିଙ୍କର ତାଙ୍କ ସ୍ବାମୀଙ୍କ ସହ ପଡେନାହିଁ । ତେବେ ସେ ତାଙ୍କ ମାଆ ଆରତିଙ୍କ ସହ ରହୁଥିଲେ। ମୃତ ସୁମିତା ହେଉଛନ୍ତି ତାଙ୍କ ସସୁରଙ୍କ ଭଉଣୀ। ତାଙ୍କ ଘର ଆସାମର ଚୋରାହାଟ ରେ। ସେ ବି ତାଙ୍କ ସ୍ବାମୀଙ୍କ ଠାରୁ ଅଲଗା ହୋଇଯାଇଥିଲେ। ଏବଂ ୨ ବର୍ଷ ହେବ ଫାଲଗୁନି ଙ୍କ ସହ ରହୁଥିଲେ। ଗତ ଷୋମବାର ଅପରାହ୍ନ ୪ଟା ବେଳେ ୩ଜଣଙ୍କ ମଧ୍ୟରେ ଜୋର୍ ରେ ପାଟିତୁଣ୍ଡ ହୋଇଥିଲା।

ଫାଲଗୁନି ଏତିକିବେଳେ ସୁମିତାଙ୍କୁ ଧକ୍କା ମାରିଥିଲେ। ତାଙ୍କ ମୁଣ୍ତ କାନ୍ଥରେ ମଡ ହୋଇ ସେ ଅଚେତ୍ ହୋଇଯାଇଥିଲେ। ଆଉ ସେତିକି ବେଳେ ଫାଲଗୁନି ଗୋଟେ ଇଟାରେ ତାଙ୍କ ମୁଣ୍ଡକୁ ଛେଚି ଦେଇଥିଲେ। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଏହାପରେ ମାଆ ଝିଅଙ୍କ ମୁଣ୍ଡ ଶୁନ୍ ହୋଇଥିଲା। ତାପରେ ସୁଟକେସ ରେ ମୃତ ଦେହକୁ ପୁରାଇ ଗଙ୍ଗା ନଦୀରେ ଫିଙ୍ଗିବା କୁ ଆଣିଥିଲେ। କିନ୍ତୁ ସମସ୍ତଙ୍କ ଆଗରେ ଏହି ଘଟଣାର ପର୍ଦ୍ଦଫାଶ ହୋଇଛି। ବର୍ତମାନ ଉଭୟ ହାଜତରେ ଥିବା ଜଣା ପଡିଛି।