ସଞ୍ଜୟଙ୍କ ପାଇଁ କଣ ରହିବ ଦଣ୍ଡ ? ଆସନ୍ତାକାଲି ଆସିବ ଦଣ୍ଡାଦେଶ, ଶୁଣାଣି ଉପରେ ସମସ୍ତଙ୍କ ନଜର

ଆରଜି କର ମେଡିକାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା । ସଞ୍ଜୟ ରାୟ ଦୋଷୀ ସାବ୍ୟସ୍ତ । ନିର୍ଭୟା’ ମାମଲାରେ ସଞ୍ଜୟକୁ ଦୋଷୀ ସାବ୍ୟସ୍ତ କଲେ ପଶ୍ଚିମବଙ୍ଗ ସିଆଲଦା କୋର୍ଟ । ଆସନ୍ତାକାଲି ସଞ୍ଜୟ ପାଇଁ କଣ ରହିବ ଦଣ୍ଡାଦେଶ ତାହା ଶୁଣାଇବେ ମାନ୍ୟବର କୋର୍ଟ । ସଞ୍ଜୟ ଦଣ୍ଡାଦେଶ ଉପରେ ରହିଛି ସାରା ଦେଶର ନଜର ।

ଏଠାରେ କହିରଖୁଛୁ କି ୨୦୨୪ ଅଗଷ୍ଟ ୯ ତାରିଖରେ ଆରଜି କର ହସ୍ପିଟାଲରେ ସ୍ନାତକୋତ୍ତର ଟ୍ରେନିଂ ଡାକ୍ତରଙ୍କୁ ଦୁଷ୍କର୍ମ ସହ ଅତି ନିର୍ମମ ଭେବେ ହତ୍ୟା କରାଯାଇଥିଲା । ଏହି ହତ୍ୟା ମାମଲାରେ ସଞ୍ଜୟ ଦାସ ଦୋଶୀ ସାବ୍ୟସ୍ତ ହୋଇଥିଲେ , ନଭେମ୍ବର ୧୨ ତାରିଖରେ ଏକ ବନ୍ଦ କୋଠରୀରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା ଏବଂ ୫୭ ଦିନ ପରେ, ସିଆଲଦା କୋର୍ଟ ରେ ଏହାର ରାୟ ଶୁଣାଯାଇଛି। ମାମଲାର ତଦନ୍ତ କରୁଥିବା କଲକାତା ପୁଲିସ ଅଗଷ୍ଟ ୧୦ ତାରିଖରେ ସଞ୍ଜୟ ରାୟଙ୍କୁ ଗିରଫ କରିଥିଲା।

ଏହାର ଠିକ୍ ଗୋଟିଏ ଦିନ ପୂର୍ବରୁ, ହସ୍ପିଟାଲର ସେମିନାର ରୁମରୁ ଡାକ୍ତରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପରେ କଲକାତା ହାଇକୋର୍ଟ ମାମଲାଟିକୁ ସିବିଆଇକୁ ହସ୍ତାନ୍ତର କରିଥିଲେ। ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ପାଇଁ ସଞ୍ଜୟଙ୍କ ବିରୁଦ୍ଧରେ ଶୁଣାଣି ଜାନୁଆରୀ ୯ ତାରିଖରେ ଶେଷ ହୋଇଥିଲା ଏବଂ ଏହି ସମୟରେ ୫୦ ଜଣ ସାକ୍ଷୀଙ୍କୁ ଜେରା କରାଯାଇଥିଲା। ନିର୍ଭୟାଙ୍କ ମୃତ୍ୟୁ ପରେ ତାଙ୍କୁ ନ୍ୟାୟ ଦେବା ଦାବିରେ ପ୍ରକମ୍ପିତ ହୋଇଥିଲା ସାରା ଦେଶ ସବୁଠି ଦିଆଯାଇଥିଲା ଜଷ୍ଟିଷ୍ ଫର୍ ନାରା ……

Leave a Reply

Your email address will not be published. Required fields are marked *