
କେନ୍ଦୁଝର ଜିଲ୍ଲାରେ କେନ୍ଦୁପତ୍ର କର୍ମଚାରୀ ସଂଘର ଆନ୍ଦୋଳନ । ପ୍ରଶାସନର ଅବହେଳା ପରେ ସେମାନେ ଆନ୍ଦୋଳନ କରିବାକୁ ବାଧ୍ୟ ହୋଇଛନ୍ତି । ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପୁରୁଷ ଓ ମହିଳା କର୍ମଚାରୀମାନେ ପ୍ରତିବାଦ କରିଛନ୍ତି ।
କେବେ ଦାବି ପୂରଣ ହେବ ଆଉ କେବେ ସମସ୍ୟାର ସମାଧାନ ହେବ । ବିଭିନ୍ନ ଦାବିରେ ଆଜି ଆନ୍ଦୋଳନକୁ ଓହ୍ଲାଇଛି କେନ୍ଦୁପତ୍ର କର୍ମଚାରୀ ସଂଘ । ପ୍ରତିବାଦରେ ସେମାନେ କେନ୍ଦୁଝର ଜିଲ୍ଲାପାଳଙ୍କ ଅଫିସ ମଧ୍ୟ ଘେରାଉ କରିଥିଲେ । ହାତରେ ପ୍ଲାକାର୍ଡ ଧରି କାଳିପଡ଼ିଆ ଠାରୁ ଶୋଭାଯାତ୍ରାରେ ବାହାରିଥିଲେ ଆନ୍ଦୋଳନକାରୀ । ନିଜର ହକ୍ ପାଇଁ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି । ଶହ ଶହ ପୁରୁଷ ଓ ମହିଳା ଏଥିରେ ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

କେନ୍ଦୁପତ୍ର କର୍ମଚାରୀଙ୍କୁ ବୋନସ ପ୍ରଦାନ କରିବାକୁ କହିଛି ସଂଘ । ଦୀର୍ଘ ୫ ବର୍ଷ ହେଲା ସେମାନେଙ୍କୁ ସର୍ବନିମ୍ନ ମଜୁରୀ ମିଳିନଥିବା ଅଭିଯୋଗ ହୋଇଛି । କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର କରିବାକୁ କହିଛି ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ । ଏ ନେଇ କେନ୍ଦୁଝର ଜିଲ୍ଲା ଡିଭିଜନ୍ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ମଧ୍ୟ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ଆନ୍ଦୋଳନକାରୀ ।

ଏହି ବିକ୍ଷୋଭରେ ସାମିଲ ହୋଇଥିଲେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା କେନ୍ଦୁପତ୍ର କର୍ମଚାରୀ । ଦାବି ପୂରଣ ନହେଲେ ଆସନ୍ତାଦିନରେ ଆନ୍ଦୋଳନ ଜୋରଦାର କରିବାକୁ ସେମାନେ ଚେତାବନୀ ଦେଇଛନ୍ତି ।