କେନ୍ଦୁଝର: ତିନି ଠାକୁରଙ୍କ ସୁନାବେଶ ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ


କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଶ୍ରୀ ବଳଦେବଜିଉ । ସୁନାବେଶରେ ସୁସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଶ୍ରୀ ବଳଦେବଜିଉଙ୍କ ସୁନାବେଶ ଦେଖି ବିମୋହିତ ହୋଇଥିଲେ ଶ୍ରଦ୍ଧାଳୁ । କାଳିଆ’ର ଟିକିଏ ଆଶୀର୍ବାଦ ପାଇବା ପାଇଁ ସେମାନେ ଛୁଟି ଆସିଥିଲେ । ପୂଜାର୍ଚ୍ଚନା ସହ ମହାପ୍ରଭୁଙ୍କ ଦର୍ଶନ କରି ଭକ୍ତ ନିଜକୁ ଧନ୍ୟ ମନେ କରିଛନ୍ତି । ଦୂରଦୂରାନ୍ତରରୁ ପ୍ରାୟ ୫୦ ହଜାରରୁ ଅଧିକ ଶ୍ରଦ୍ଧାଳୁ କେନ୍ଦୁଝରରେ ଅନୁଷ୍ଠିତ ସୁନାବେଶ ଦର୍ଶନ କରିଛନ୍ତି ।

ତିନି ଠାକୁରଙ୍କୁ ସୁନାବେଶରେ ସୁସଜ୍ଜିତ କରାଯିବା ପରେ ସନ୍ଧ୍ୟା ଆଳତୀ ହୋଇଥିଲା । ଏହି ଅବସରରେ ଭକ୍ତଙ୍କ ପାଇଁ ଶ୍ରୀ ଗୋପାଳଜିଉ ମଠ ପକ୍ଷରୁ ୧୨ ହଜାର ରସଗୋଲା ମଣୋହୀ କରାଯାଇ ବଣ୍ଟାଯାଇଥିଲା । ସୁନାବେଶ ସୁପରିଚାଳନା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ସୁନାବେଶକୁ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲା ପ୍ରଶାସନ, ମନ୍ଦିର କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଥିଲା ।

ସୁନାବେଶ ସମୟରେ ରଥ ଉପରକୁ ଯାଇ ଦର୍ଶନ କରିବା ସମ୍ପୂର୍ଣ୍ଣ ବାରଣ ହୋଇଥିଲା । କେବଳ ନିୟୋଜିତ ସେବାୟତ, ସେବକ ଏବଂ ମାଜିଷ୍ଟ୍ରେଟ ରଥ ଉପରେ ରହିବା ପାଇଁ ସ୍ୱତନ୍ତ୍ର ଅନୁମତି ପ୍ରଦାନ କରାଯାଇଥିଲା । ଅପରାହ୍ନ ସାଢ଼େ ୩ଟାରୁ ୪ଟା ମଧ୍ୟରେ ମହାପ୍ରଭୁଙ୍କ ସୁନାବେଶ ଫଟୋ ଉତ୍ତୋଳନ ପାଇଁ ରଥ ଉପରକୁ ଯାଇଥିଲେ ଗଣମାଧ୍ୟମ ପ୍ରତିନିଧି । ଜିଲ୍ଲାରେ ମହାପ୍ରଭୁଙ୍କ ସୁନାବେଶ ବେଶ୍ ଧୁମଧାମରେ ଅନୁଷ୍ଠିତ ହୋଇଥିବାରୁ ଭକ୍ତମାନେ ନିଜକୁ ଧନ୍ୟ ମନେ କରିଛନ୍ତି ।

Leave a Reply

Your email address will not be published. Required fields are marked *