ଟ୍ରକ ମାଲିକ ସଂଘ ପକ୍ଷରୁ କେନ୍ଦୁଝରରେ ଅଖ, ଚକ ସବୁ ଠପ

ଆଜି କେନ୍ଦୁଝରରେ ରେଳ ବନ୍ଦ, ଦୋକାନ ବଜାର ବନ୍ଦ, ରାସ୍ତା ଘାଟ ବନ୍ଦ। ଯୁଆଡେ ଦେଖିବ ସିଆଡେ ବନ୍ଦ। ଜିଲ୍ଲା ଟ୍ରକ୍ ମାଲିକ ସଂଘ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ବନ୍ଦ ପାଳନ କରାଯାଉଛି। OMC ଶୁଆକାଠି ଠାରୁ ଗୁହାଳଡ଼ିହି ପର୍ଯ୍ୟନ୍ତ ନୂତନ ପ୍ରସ୍ତାବିତ ରେଳ ଲାଇନକୁ ବିରୋଧ କରି ଜିଲା ଟ୍ରକ ମାଲିକ ସଂଘର ଏହି ବନ୍ଦ ପାଳନ। ଟ୍ରକ, ବସ , ଟ୍ରେନ ସହ ସରକାରୀ, ବେସରକାରୀ ଅନୁଷ୍ଠାନ ଗୁଡିକୁ ବନ୍ଦ କରାଯାଇଛି। କେନ୍ଦୁଝର ରେଳ ଷ୍ଟେସନ, ଜିଲାପାଳ ଅଫିସ ସମ୍ମୁଖ, ଗାନ୍ଧୀ ଛକ,ଓଏମ୍ସି ଶୁଆକାଠି, ସହିତ ଜିଲାର ବିଭିନ୍ନ ସ୍ଥାନରେ ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ଉପସ୍ଥିତ ରହି ବନ୍ଦର ତଦାରଖ କରୁଛି।

କେନ୍ଦୁଝରର ବିଭିନ୍ନ ସ୍ଥାନରେ ରେଳ ଧାରଣା ଉପରେ ବସି ରେଳ ରୋକ କରିବା ସହ ଆନ୍ଦୋଳନକାରୀ ନାରାବାଜି ଦେଉଥିବା ଦେଖିବାକୁ ମିଳିଛି। ତେବେ ଜରୁରୀକାଳୀନ ସେବା ଓ ଅତ୍ୟାବଶ୍ୟକ ଯାତାୟାତକୁ ଏହି ବନ୍ଦରୁ ବାଦ ଦିଆଯାଇଛି। ଅନ୍ୟପଟେ ରେଳ ଯାତ୍ରା ପାଇଁ ଆସୁଥିବା ଯାତ୍ରୀ ଏହାକୁ ନେଇ ବହୁ ଅସୁବିଧା ଭୋଗୁଥିବା ଦେଖିବାକୁ ମିଳୁଛି। ଷ୍ଟେସନରେ ବହୁ ସଂଖ୍ଯାରେ ଲୋକ ଟ୍ରେନ ପାଇଁ ଅପେକ୍ଷା କରିଛନ୍ତି ତ କିଏ ଟ୍ରେନରୁ ଓହ୍ଲାଇ କୌଣସି ସ୍ଥାନକୁ ଯିବା ପାଇଁ ବସ, ଅଟୋ ନ ପାଇ ହନ୍ତସନ୍ତ ହେଉଛନ୍ତି।

ଏଠାରେ ସୂଚନା ଯୋଗ୍ୟ, କେନ୍ଦୁଝର ଜିଲ୍ଲା ଶୁଆକାଠି ସ୍ଥିତ ଗନ୍ଧମାର୍ଦ୍ଦନ ମାଇନ୍ସ ଠାରୁ ଗୁହାଳଡ଼ିହି ପର୍ଯ୍ୟନ୍ତ ଟ୍ରେନ ଲାଇନ ପ୍ରକଳ୍ପ ପାଇଁ ବଜେଟରେ ବ୍ୟୟ ବରାଦ ପରେ କେନ୍ଦ୍ର ସରକାର ଦ୍ୱାରା ପ୍ରସ୍ତାବ ଅନୁମୋଦିତ ହୋଇଛି । ଯାହାକି ସିଧା ସଳଖ କେନ୍ଦୁଝର ଜିଲ୍ଲା ର ଭାତ ହାଣ୍ଡି କୁହାଯାଉଥିବା ଟ୍ରକ ବ୍ୟବସାୟ ଉପରେ ପକାଇଛି ପ୍ରଭାବ । ଜିଲ୍ଲାର ୩୦ ହଜାର ଟ୍ରକ ମାଲିକଙ୍କ ସମେତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ୩ ଲକ୍ଷ ଲୋକ ଏହାଦ୍ୱାରା କ୍ଷତିଗ୍ରସ୍ତ ହେବାକୁ ଥିବାରୁ ଜିଲ୍ଲାର ସମସ୍ତ ଟ୍ରକ୍ ମାଲିକ ସଂଘ ଏହି ପ୍ରସ୍ତାବ ପ୍ରତ୍ୟାହାର କରିବାକୁ ଦାବି କରି ଆଜି ବନ୍ଦ ପାଳୁଛନ୍ତି। ଏଥିରେ ବସ ମାଲିକ ସଂଘ ,ବଣିକ ସଂଘ ସହ ୧୫ ଉର୍ଦ୍ଧ୍ବ ବିଭିନ୍ନ ସଙ୍ଗଠନ ସମର୍ଥନ ଦେଇଛନ୍ତି ।

Comments

2 responses to “ଟ୍ରକ ମାଲିକ ସଂଘ ପକ୍ଷରୁ କେନ୍ଦୁଝରରେ ଅଖ, ଚକ ସବୁ ଠପ”

  1. binance Avatar

    Your article helped me a lot, is there any more related content? Thanks!

  2. binance Avatar

    Your article helped me a lot, is there any more related content? Thanks! https://accounts.binance.com/register?ref=P9L9FQKY

Leave a Reply

Your email address will not be published. Required fields are marked *