ଆସୁଛି କାନ୍ତାରା ଚାପ୍ଟର – ୧

କମ୍ପିବ ସିନେମା ହଲ । ଆଗକୁ ଆସୁଛି ବହୁ ପ୍ରତିକ୍ଷିତ ଚଳଚିତ୍ର କାନ୍ତାରା ଚାପ୍ଟର – ୧ । କାନ୍ତାରା ଚାପ୍ଟର – ୧ ରିଲିଜ ହେବା ଶୁଣି ଉତ୍କଣ୍ଠାର୍ ସହ ଚାହିଁ ବସିଛନ୍ତି ଫ୍ୟାନସ । ପୂର୍ବରୁ ବଲିଉଡ ସିନେମା ସିନେପ୍ରେମୀଙ୍କୁ ଆକୃଷ୍ଟ କରୁଥିବା ବେଳେ ବର୍ତ୍ତମାନ ସାଉଥ୍ ସିନେମା ପ୍ରତି ଆକୃଷ୍ଟ ହେଉଛନ୍ତି ସିନେପ୍ରେମୀ । ସାଉଥ୍ ଇଣ୍ଡଷ୍ଟ୍ରୀ ସବୁଥର କିଛି ନୂଆ ଧରଣର କାହାଣୀ ନେଇ ସିନେପ୍ରେମୀଙ୍କ ଆଗକୁ ଆସୁଛି ଏବଂ ଲୋକଙ୍କଠାରୁ ଖୁବ୍ ପ୍ରଶଂସା ମଧ୍ୟ ସାଉଁଟୁଛି । କାହାଣୀ , ଥ୍ରୀଲର୍ , ରୋମାନ୍ସ , ଆକ୍ସନ୍ ସବୁର ମସାଲାକୁ ନେଇ ପ୍ରସ୍ତୁତ ହେଉଛି ସାଉଥ୍ ସିନେମା । ଯେଉଥିପାଇଁ ସାଉଥ ସିନେମା ରିଲିଜ ହେଲେ ହଲରେ ଦର୍ଶକଙ୍କ ଭିଡ ଜମୁଛି । କମ ବଜେଟ ସିନେମାର ଏତେ ଚାହିଦା ରହୁଛି ଯେ ଏହାରି ଭିତରେ ଦବି ଯାଉଛି ଭଲ ଭଲ ସିନେମା । ଚଳିତ ବର୍ଷ ମଧ୍ୟ ଏମିତି ଅନେକ ସାଉଥ ଫିଲ୍ମ ରିଲିଜ ହେବାର ଅଛି ଯାହାର ସୁଟିଂ ଶେଷ ହୋଇ ସାରିଛି|

ଏହି ସିନେମା ଭିତରୁ ଗୋଟିଏ ହେଉଛି ୪୦୦ କୋଟି ରୋଜଗାର କରିଥିବା ଫିଲ୍ମ‘କାନ୍ତାରା ଚ୍ୟାପ୍ଟର – ୧’| ଯାହାର ମେକିଙ୍ଗରେ ମାତ୍ର ୧୬ କୋଟି ଖର୍ଚ ହୋଇଥିବା ବେଳେ ୪୦୦ କୋଟି ଟଙ୍କା ଆୟ କରିଥିଲା | ଏହି ମୁଭିରେ ଲମ୍ବା ସମୟ ଧରି ରିଶବ ସେଟି ଲିଡ଼ ଭାବରେ କାମ କରୁଛନ୍ତି | ତେବେ ଏହି ମୁଭିରେ ଏପରି ଏକ ଫାଇଟ ସିନ ଅଛି ଯେଉଁଥିପାଇଁ ମୁଭି ମେକର୍ଷ ୫୦୦ ଜଣ ତାଲିମ ପ୍ରାପ୍ତ ଫାଇଟର୍ସ ନିଯୁକ୍ତ ହୋଇଛନ୍ତି ଓ ୪୦,୦୦୦ ସକୋୟାର ଫୁଟର ଏକ ସେଟ ନିର୍ମାଣ କରାଯାଇଛି | ଏହି ସିନ ଏପରି ତିଆରି ହୋଇଛି ଯାହାକୁ ଦେଖିଲେ ଦର୍ଶକ ଚକିତ ହୋଇଯିବେ | ଏହି ଫିଲ୍ମଟି ଚଳିତ ବର୍ଷ ଅକ୍ଟୋବର ୨ ରେ ରିଲିଜ ହେବାକୁ ଥିବାବେଳେ ବଡ ପରଦାରେ ବ୍ଲକ ବଷ୍ଟର ହେବ ବୋଲି କୁହାଯାଉଛି |