
ଦିର୍ଘ ୫ ମାସ ପରେ କେଶ ମଣ୍ଡଳର ହତ୍ୟା ଘଟଣା ଉପରୁ ପରଦା ହଟାଇ ପାରିଲାନି ପୁଲିସ । କେତେ ଅସହାୟ ପୁଲିସ ବିଭାଗ । ପାରାଦ୍ଵୀପ ଆଦର୍ଶ ଥାନାର କାର୍ଯ୍ୟରତ ପିସିଆର ଭ୍ୟାନ ଡ୍ରାଇଭର ସୁକେଶ ମଣ୍ଡଳର ହତ୍ୟା ଘଟଣା କୁ ବିତଛି ୫ ମାସ । ହେଲେ ପୁଲିସ ହାତ ଖାଲି ।ଏଘଟଣାରେ ପୁଲିସ ପ୍ରଥମେ ନିଖୋଜ ପରେ ହତ୍ୟା, ମାମଲା ରୁଜ୍ଜୁ କରିଥିଲେ ମଧ୍ୟ ମାତ୍ର ପୋଲିସ ଏପର୍ଯ୍ୟନ୍ତ ଏହି ଘଟଣାର ରହସ୍ୟ ଖୋଲିବାରେ ବିଫଳ ହୋଇଛି। ଯାହାକୁ ନେଇ ଆଜି ସନ୍ଧ୍ୟାରେ ପିସିସି ଜେନେରାଲ ସେକ୍ରେଟାରୀ ନିରଞ୍ଜନ ନାୟକ ଙ୍କ ନେତୃତ୍ବରେ ପାରାଦ୍ଵୀପ ନଗର କଂଗ୍ରେସ ପକ୍ଷରୁ ଏକ ବିଶାଳ ରାଲି କରାଯିବା ସହିତ ଥାନା ସମ୍ମୁଖରେ ଧାରଣା ଦିଆଯାଇଥିଲା। ପୋଲିସ ସମ୍ପୃକ୍ତ କମ୍ପାନୀ ଅଧିକାରୀ ଙ୍କୁ ଘଣ୍ଟ ଘୋଡାଇବା ସହିତ ନିଜ ପିସିଆର ଭ୍ୟାନ ଡ୍ରାଇଭର କୁ ନ୍ୟାୟ ଦେବାରେ ପଛଘୁଞ୍ଚା ଦେଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି।
ମିଳିଥିବା ସୂଚନା ଅନୁସାରେ ଅଗଷ୍ଟ ୨୦ ତାରିଖରେ ସୁକେଶ ଘରୁ ଥାନାକୁ ଆସିଥିଲେ ପିସିଆର ଚଲାଇବା ପାଇଁ, କିନ୍ତୁ ଆଉ ଘରକୁ ଫେରି ନଥିଲେ । ୨୧ ତାରିଖରେ ସୁକେଶ ଙ୍କ ବାପା ଆଦର୍ଶ ଥାନା ରେ ପୁଅ ନିଖୋଜ ନେଇ ଏତଲା ଦେଇଥିଲେ । ମାତ୍ର ପୋଲିସ କୌଣସି ତତ୍ପରତା ଦେଖାଇ ନଥିଲେ। ୩୧ ତାରିଖ ଅର୍ଥାତ ଘଟଣାର ୧୦ ଦିନ ପରେ ଜେବି କଲୋନୀ ନିକଟରୁ ସୁରେଶଙ୍କ ଗଳିତ ଶବ ଉଦ୍ଧାର ହୋଇଥିଲା। ଯାହାକୁ ନେଇ ପରିବାର ବର୍ଗଙ୍କ ଏତଲା ଅତଲା ଅଧାରେ ପୁଲିସ ହତ୍ୟା ମାମଲା ରୁଜ୍ଜୁ କରିଥିଲା । ହେଲେ ତଦନ୍ତରେ ଅଗ୍ରଗତି ହୋଇନଥିଲ। । ସୁକେଶଙ୍କ ମୃତ୍ୟୁର କିଛି ଦିନ ପୂର୍ବରୁ ପାରାଦ୍ଵୀପ ବନ୍ଦର ରେ କାର୍ଯ୍ୟରତ ରାଧା କମ୍ପାନୀ ର ଦୁଇଜଣ କର୍ମଚାରୀଙ୍କ ସହ ଅଗଷ୍ଟ ୧୬ ତାରିଖରେ ଗଣ୍ଡଗୋଳ ହୋଇଥିଲା । ସେମାନେ ସୁକେଶ ଙ୍କୁ ପ୍ରବଳ ମାଡ଼ ମାରିଥିବା ଅଭିଯୋଗ ହେବା ସହିତ ସେହିମାନେ ହିଁ ଏହି ହତ୍ୟାକାଣ୍ଡ ଘଟାଇଥିବା ସୁକେଶଙ୍କ ବାପା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଥିଲେ ।ହେଲେ ଫଳ ଶୂନ । ତେବେ ଏହି ଘଟଣାରେ ପୋଲିସ ଅ।ଖି ଦୃଶିଅ। ପଦକ୍ଷପ ଗ୍ରହଣ ନକରେ ,କଂଗ୍ରେସ ଆନ୍ଦୋଳନକୁ ଆହୁରି ତିବ୍ରତର କରିବ ବୋଲି ଚେତାବନୀ ଦେଇଛି ।