
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର କାର୍ଯ୍ୟରତ ସାମ୍ବାଦିକ ସୁକାନ୍ତ ପଟ୍ଟନାୟକ ଓରଫ୍ ମୁନା ପଟ୍ଟନାୟକ ଦେହାନ୍ତ ଘଟିଛି l ସେ ଦୀର୍ଘ ଏକ ବର୍ଷ ହେବ ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ l ମଝିରେ ସୁସ୍ଥ ହୋଇ ପୁଣିଥରେ ସାମ୍ବାଦିକତା କ୍ଷେତ୍ରରେ ସକ୍ରିୟ ହୋଇଥିଲେ l ଇତି ମଧ୍ୟରେ ଦୁଇଦିନ ତଳେ ତାଙ୍କର ଶେଷ କେମ ମଧ୍ୟ ଦିଆ ସରିଥିଲା l ମାତ୍ର ଗତକାଲି ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା l
ତେବେ ଆଜି ସକାଳେ ତାଙ୍କର ବାସ ଭବନ ଘଣ୍ଟେଶ୍ୱର ଅଞ୍ଚଳ କୋଳିଆଡିଆ ଠାରେ ଅଞ୍ଚଳର ନେତା ମାନଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା. ଓ ଗଜଲକ୍ଷ୍ମୀ ପୂଜା କମିଟି ର ସମସ୍ତ ସଦସ୍ୟ ତାଙ୍କର ଶେଷ ଦର୍ଶନ କରିଥିଲେ l ଚାନ୍ଦବାଲି ବ୍ଲକ୍ ର କାର୍ଯ୍ୟରତ ସମସ୍ତ ସାମ୍ବାଦିକମାନେ ଉପସ୍ଥିତ ରହି ତାଙ୍କର ପାରିବାର ସହିତ ସହଯୋଗ କରିଛନ୍ତି l
ମୁନା ପଟ୍ଟନାୟକଙ୍କର ଏକ ୬ବର୍ଷ ର ଝିଅ ଏବଂ ୨ ବର୍ଷର ଏକ ପୁଅ ଅଛି l ଜୀବନ ସାରା ସାମ୍ୱାଦିକଟିଏ ସମାଜ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ମଧ୍ଯ କୌଣସି ସରକାରୀ ସହାନୁଭୂତି ସାମ୍ୱାଦିକ ମାନଙ୍କ ପାଇଁ ନାହିଁ l ମୁନା ପଟ୍ଟନାୟକଙ୍କ ପାରିବାରକୁ ସରକାରୀ ସହଯୋଗ ଯୋଗାଇ ଦେବାକୁ ବରିଷ୍ଠ ସାମ୍ବାଦିକ ପି. ଏନ୍ ଆଲ୍ଲାମ୍, ଅକ୍ଷୟ ବଳ, ନିଶିକାନ୍ତ ବେହେରା. ପ୍ରଶାନ୍ତ କୁମାର. ଦେବକାନ୍ତ ମହାନ୍ତି. ସୁବାସ ମହାନ୍ତି. ତପନ ରାଉତ ଏବଂ ଅନ୍ୟାନ୍ୟ ସାମ୍ବାଦିକମାନେ ଦାବୀ କରିଛନ୍ତି .