
ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଙ୍କ ବଡ ପୁଅ ତଥା ରିଲାଏନ୍ସ ଜିଓର ଚେୟାରମ୍ୟାନ ଆକାଶ ଅମ୍ବାନୀ ପୁରୀ ଗସ୍ତ ରେ ଆସୀ ଶ୍ରୀ ମନ୍ଦିର ରେ ମହାପ୍ରଭୁ ଙ୍କୁ ଦର୍ଶନ କରୁଛନ୍ତି। ବୁଧବାର ବିଳମ୍ବିତ ରାତିରେ ଆକାଶ ଅମ୍ବାନୀ ଶ୍ରୀ ମନ୍ଦିର ଆସି ଶ୍ରୀଜିଉ ଙ୍କ ଦର୍ଶନ ଲାଭ କରିଥିଲେ।ମହାପ୍ରଭୁ ଙ୍କ ଆଲଟଲାଗି ନିତି ସହ ଶୟନ ନୀତି ମଧ୍ୟ ସେ ଦର୍ଶନ କରିଥିଲେ। ଏଥି ସହିତ ଶ୍ରୀ ଭିତରେ ବେଢ଼ା ପରିକ୍ରମା କରିଥିଲେ। ତେବେ ଆକାଶ ଅମ୍ବାନୀ ଙ୍କ ପଣ୍ଡା ଜଗନ୍ନାଥ ସିଂହାରୀ ଆକାଶ ଙ୍କୁ ଶ୍ରୀ ମନ୍ଦିର ସିଂହ ଦ୍ଵାର ନିକଟ ରେ ମହାପ୍ରଭୁ ଙ୍କ ଖଣ୍ଡୁଆ ଦେଇ ସ୍ବାଗତ କରିଥିଲେ। ପରେ ସେ ମହାପ୍ରଭୁ ଙ୍କ ଦର୍ଶନ ପାଇଁ ଶ୍ରୀ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ।

ତେବେ ଶ୍ରୀ ମନ୍ଦିର ରୁ ଦର୍ଶନ ସାରି ଫେରିବା ପରେ ତାଙ୍କର ପଣ୍ଡା ଜଗନ୍ନାଥ ସିଂହାରୀ ତାଙ୍କୁ ମହାପ୍ରଭୁ ଙ୍କ ଏକ କାଠ ପ୍ରତିମୂର୍ତ୍ତି ସହ ମହାପ୍ରଭୁ ଙ୍କ ଶ୍ରୀଅଙ୍ଗ ଲାଗି ଖଣ୍ଡୁଆ ଉପହାର ସ୍ବରୂପ ପ୍ରଦାନ କରିଥିଲେ। ଏହି ଅବସର ରେ ଆକାଶ ଶ୍ରୀ ମନ୍ଦିର ପ୍ରଶାସନ କୁ ଏକ ଖାମ୍ ରେ ଦାନ ଦେଇଥିଲେ। ତେବେ ଆକାଶ ଙ୍କ ପଣ୍ଡା ଜଗନ୍ନାଥ ସିଂହାରି କହିଛନ୍ତି ପୁର୍ବରୁ ଆକାଶ ଙ୍କ ସାନ ଭାଇ ଅନନ୍ତ ଅମ୍ବାନୀ ତାଙ୍କ ବିବାହ ପୁର୍ବରୁ ଓ ବିବାହ ପରେ ମହାପ୍ରଭୁ ଙ୍କ ଆଶିର୍ବାଦ ନେବା ପାଇଁ ଆସିଥିଲେ। ପୁର୍ବରୁ ମୁକେଶ ଅମ୍ବାନୀ ମଧ୍ୟ ଶ୍ରୀ ମନ୍ଦିର କୁ ମହାପ୍ରଭୁ ଙ୍କ ଦର୍ଶନ ପାଇଁ ଆସିଥିଲେ। ତେବେ ଅମ୍ବାନୀ ପରିବାର ସବୁ ବେଳେ ମହାପ୍ରଭୁଙ୍କୁ ଭକ୍ତି କରିଥାନ୍ତି। ଏଣୁ ବିଭିନ୍ନ ସମୟରେ ଅମ୍ବାନୀ ପରିବାର ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରି ଯାଇଥାନ୍ତି।