ଝାରପଡ଼ା: ଗୁଳିମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଧରିଲା ପୋଲିସ

ଭୁବନେଶ୍ୱର ଝାରପଡ଼ା ଗୁଳିମାଡ଼ ଘଟଣାରେ ପୋଲିସକୁ ସଫଳତା ମିଳିଛି । ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ପ୍ରଭାତ ମାର୍ଥାକୁ ଗିରଫ କରିଛି ପୋଲିସ । ଗତ ବୁଧବାର ଗାଡ଼ି ସାଇଡ୍ କରିବାକୁ ନେଇ ବଚସା ପରେ ଗୁଳିକାଣ୍ଡ ଘଟିଥିଲା । ସେହିଦିନ ଠାରୁ ଫେରାର୍ ଥିଲା ମୁଖ୍ୟ ଅଭିଯୁକ୍ତ ।

ବୁଧବାର ରାତିରେ ଝାରପଡ଼ା ଜଗନ୍ନାଥନଗର ଲେନ୍ ୱାନ୍ ପ୍ରଜାପତି ମଣ୍ଡପରେ ବିବାହ ଭୋଜିର ଆୟୋଜନ ହୋଇଥିଲା । ସେଠାରେ ଭୋଜି ଖାଇ ରିଙ୍କୁ ଜେନା ଏକ କାରରେ ଫେରୁଥିବା ବେଳେ ଅନ୍ୟ ଏକ କାରରେ ଥିବା ପ୍ରଭାତ ମାର୍ଥାଙ୍କ ସହ ଯୁକ୍ତିତର୍କ ହୋଇଥିଲା । ଗାଡ଼ି ସାଇଡ୍ କରିବାକୁ ନେଇ ବଚସା ପରେ ଗୁଳିମାଡ଼ କରିଥିଲା ପ୍ରଭାତ ଏବଂ ତାଙ୍କ ସହଯୋଗୀ । ଘଟଣାରେ ରିଙ୍କୁ ଏବଂ ତାଙ୍କ ବାପା ଶିଖର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ ।

ପୋଲିସ ରାଜା ସାହୁ ଓ ଦିବାକର କଳସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ପ୍ରଭାତ ଓ ଅନ୍ୟ ଜଣେ ସହଯୋଗୀ ଚମ୍ପଟ ମାରିଥିଲା । ଘଟଣାସ୍ଥଳରୁ ୨ଟି ବନ୍ଧୁକ ଓ ୯ଟି ଖୋକା ଜବତ କରାଯାଇଥିଲା । ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବା ବେଳେ ଘଟଣାର ତଦନ୍ତ ଜାରି ରଖିଥିଲା ପୋଲିସ । ପୋଲିସ ଏବେ ମୁଖ୍ୟ ଅଭିଯୁକ୍ତ ପ୍ରଭାତ ମାର୍ଥା ଏବଂ ତାର ଅନ୍ୟ ଜଣେ ସହଯୋଗୀଙ୍କୁ ଗିରଫ କରିଛି । ଏହି ମାମଲାରେ ଗିରଫ ସଂଖ୍ୟା ଏବେ ୪ରେ ପହଞ୍ଚିଛି । କର୍ପୋରେଟର ଶ୍ରୀଧର ଜେନାଙ୍କ ଭାଇ ଶିଖର ଓ ପୁତୁରା ରିଙ୍କୁ । ଗିରଫ ପ୍ରଭାତ ଗତ ପୌର ନିର୍ବାଚନରେ ବିଜେପିର କର୍ପୋରେଟର ପ୍ରାର୍ଥୀ ଥିଲେ ।

Leave a Reply

Your email address will not be published. Required fields are marked *