ଟ୍ରେନରୁ ଡେଇଁ ପିଟି ହେଲେ ଆଉ ଏକ ଟ୍ରେନରେ,ଚାହୁଁ ଚାହୁଁ ଚାଲିଗଲା…

ମହାରାଷ୍ଟ୍ରରେ ବଡ଼ ଅଘଟଣ । ଚଳନ୍ତା ଟ୍ରେନରୁ ଡେଇଁଲେ ଯାତ୍ରୀ। ମାଡ଼ିଗଲା ଅନ୍ୟ ଏକ ଟ୍ରେନ । ଫଳରେ ୧୦ଜଣ ଙ୍କର ଜୀବନ ଯାଇଛି। ଗତ କାଲି ଅପରାହ୍ନରେ ଜଲଗାଁଓ ଷ୍ଟେସନ ନିକଟରେ ଏହି ଅଘଟଣ ଘଟିଛି । ଏଥିରେ ଏକାଧିକ ଯାତ୍ରି ଆହତ ମଧ୍ୟ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା କରାଯାଉଛି। ରେଳବାଇ ଓ ପୋଲିସର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଜଲଗାଓଁର ପାଚୋରା ରେଳ ଷ୍ଟେସନ ନିକଟରେ ‘ପୁଷ୍ପକ ଏକ୍ସପ୍ରେସ’ରେ ନିଆଁ ଲାଗିଥିବା ଶୁଣିବାକୁ ମିଳିଥିଲା । ଏହି ଖବର ପ୍ରସାରିତ ହେବା ମାତ୍ରେ ଯାତ୍ରୀମାନେ ଭୟଭୀତ ହୋଇ ଟ୍ରେନରୁ ଡେଇଁ ପଡିଥିଲେ । ସେହି ସମୟରେ ପାର୍ଶ୍ବବର୍ତ୍ତୀ ଟ୍ରାକରେ ବିପରୀତ ଦିଗରୁ ଆସୁଥିବା ‘କର୍ଣ୍ଣାଟକ ଏକ୍ସପ୍ରେସ’ ସେମାନଙ୍କ ଉପରେ ମାଡିଯାଇଥିଲା । ଏଥିରେ ୧୦ ଜଣ ପ୍ରାଣ ହରାଇଛନ୍ତି। ଘଟଣାସ୍ଥଳରେ ରେଳବାଇ କର୍ମଚାରୀ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ଜାରି କରିଛନ୍ତି ।

ଏବେ ସୁଦ୍ଧା ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ପୋଲିସ ଅଧିକାରୀ ସ୍ପଷ୍ଚ କରିଛନ୍ତି । ସେମାନଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ମହାରାଷ୍ଟ୍ର ମନ୍ତ୍ରୀ ଗିରିଶ ମହାଜନ ଏକ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ, ୧୦ରୁ ୧୨ ଜଣଙ୍କ ଜୀବନ ଯାଇଛି । ଜିଲ୍ଲାପାଳଙ୍କ ପକ୍ଷରୁ ମଧ୍ୟ ୧୦ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । କିଛି ଗୁରୁତର ହସ୍ପିଟାଲରେ ଚିକିତ୍ସାଧୀନ ଥିବାରୁ ମୃତ୍ୟୁସଂଖ୍ୟା ଆଗକୁ ଆହୁରି ବଢିବାର ଆଶଙ୍କା ରହିଛି । ହେଲେ ଅନ୍ୟପଟେ ଟ୍ରେନ ରେ ନିଆଁ ଲାଗିଥିବା କଥା ଗୁଜବ ବୋଲି ପଛରେ ଜଣା ପଡ଼ିଥିଲା ।

Leave a Reply

Your email address will not be published. Required fields are marked *