ଜଳେଶ୍ବର ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, କଣ୍ଟେନର ସହ ଜଳିଗଲା ଡ୍ରାଇଭର

ଶନିବାର ବିଳମ୍ବିତ ରାତିରେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ 60 ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଜଳେଶ୍ୱର ଦେଇ ପଶ୍ଚିମବଙ୍ଗରୁ ତାମିଲନାଡୁ ଆଡକୁ ଦ୍ରୁତ ଗତିରେ ଯାଉଥିବା ଚା’ ବୋଝେଇ କଣ୍ଟେନର ଭାରସାମ୍ଯ ହରାଇ ଲକ୍ଷ୍ମଣ ନାଥ ଟୋଲପ୍ଲାଜାରେ ଥିବା ପକ୍କା ଡିଭାଇଡର ଉପରକୁ ଚଢି ଯାଇ ଟୋଲ ପ୍ଲାଜାର କେବିନକୁ ଜୋରରେ ଧକ୍କା ଦେଇ କଣ୍ଟେନରଟି ହୁ ହୁ ହୋଇ ଜଳିବାକୁ ଲାଗିଥିଲା । କେବିନ ମଧ୍ୟରେ ଥିବା ଟୋଲ କର୍ମଚାରୀ ଅଳ୍ପକେ ରକ୍ଷା ପାଇଥିବା ବେଳେ କଣ୍ଟେନରରେ ଥିବା ଡ୍ରାଇଭର ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଥିଲେ । କଣ୍ଟେନର ସହ ହେଲପର ମଧ୍ଯ ଜଳି ଯାଇ ଥିବା ସନ୍ଦେହ କରାଯାଉଥିବାବେଳେ ବିଭାଗୀୟ କର୍ତ୍ତୃପକ୍ଷ କହିଛନ୍ତି ଯେ ଟ୍ରକରେ ହେଲ୍ପର ନ ଥିଲେ ।

ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ଅନୁସାରେ, ଟ୍ରକଟି ଦୁର୍ଘଟଣାଗ୍ରସ୍ତ ହେବାପରେ ଡିଜେଲ ଟାଙ୍କି ଫାଟି ସେଥିରୁ ଡିଜେଲ ଲିଙ୍କ ହୋଇ ଗାଡ଼ିରେ ନିଆଁ ଲାଗିଯାଇଥିଲା ଗାଡ଼ିରେ ନିଆଁ ଲାଗିବ ଫଳରେ ଟାୟାର ଫାଟିବାରୁ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା

ପ୍ରାୟ ଏକ ଘଣ୍ଟାର ଅପରେଶନ ପରେ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିଲା ବେଳେ ଜଳେଶ୍ୱର ପୋଲିସ ଘଟଣାର ତଦନ୍ତ ଜାରୀ ରଖିଛି। ଡ୍ରାଇଭର ଆଖି ଲାଗି ଯାଇଥିବାରୁ ଏଭଳି ଦୁର୍ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକମାନେ କହୁଥିଲା ବେଳେ ପୋଲିସର ତଦନ୍ତ ପରେ ସମସ୍ତ ସତ୍ୟତା ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

— ଜଳେଶ୍ବରରୁ ଚନ୍ଦନ କୁମାର ଜେନାଙ୍କ ରିପୋର୍ଟ, Suchanatv24x7

Leave a Reply

Your email address will not be published. Required fields are marked *