ଜୟ ଶ୍ରୀରାମ ଧ୍ୱନିରେ କମ୍ପିଲା ଯାଜପୁର

ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଉପଲକ୍ଷେ ବ୍ୟାସନଗର ହନୁମାନ ଜୟନ୍ତୀ ଆୟୋଜକ କମିଟି ଆନୁକୂଲ୍ୟରେ ହଜାର ହଜାର ହନୁମାନ ଭକ୍ତ ଚୋର୍ଦା କାଳୀ ମେଳଣ ପଡିଆ ଠାରୁ ଜୟ ଶ୍ରୀରାମ ନାରା ଦେଇ ସହର ପରିକ୍ରମା କରିବା ସହିତ ଗୋପବନ୍ଧୁ ଛକ ସ୍ଥିତ ହନୁମାନ ମନ୍ଦିର ନିକଟରେ ସୋଭାଯାତ୍ରା ସମାପନ କରିଥିଲେ।

ଏହି ସମ୍ମିଳନୀ ରେ ପୁରୀର ଗୌରାଙ୍ଗ ମଠ ର ବାବାଜୀ ସନତ ସୁଜାତା ନନ୍ଦ ମହାରାଜା ଏବଂ ତାଙ୍କ ସହଯୋଗୀ ଉପସ୍ଥିତ ରହି ଭକ୍ତ ମାନଙ୍କୁ ପ୍ରବଚନ ଦେବା ସହ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ.ସଂଗଠନ ପକ୍ଷରୁ ଅଭାହକ ସଂଜୀବ ନାୟକ, ମହାମାୟୀ ପ୍ରତାପ ସ୍ୱାଇଁ, ଅଯୋଧ୍ୟା ଜେନା, ପ୍ରସନ୍ନ ସାମଲ, ଚନ୍ଦ୍ରଶେଖର ପଣ୍ଡା, ନରେଶ ମସ୍କରା, ବିବେକାନନ୍ଦ ମହାନ୍ତି,ଜିତେନ୍ଦ୍ର ବେହୁରା, ବିଜୟ ପଣ୍ଡା,ପବନ ଅସ୍ୱାଲ ପ୍ରମୁଖ ସହଯୋଗ କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ଆର ଏସ ଏସ, ସୁନ୍ଦରକାଣ୍ଡ ଭକ୍ତ ମଣ୍ଡଳୀ ପ୍ରମୁଖ ସାମିଲ ହୋଇଥିଲେ।