ଯାଜପୁର: ଦାବି ପୂରଣ ପାଇଁ ଅମଲା ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ

ରାଜ୍ୟସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ ଆନ୍ଦୋଳନ । ଦାବି ପୂରଣ କର ନଚେତ ଆମେ ଆନ୍ଦୋଳନରୁ ଓହରିବୁ ନାହିଁ । ଗ୍ରେଡ୍ ପେ ୪୨୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ସେମାନେ ଦାବିକରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଯାଜପୁର ଜିଲ୍ଲାରେ ଅମଲା ମଞ୍ଚ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ । ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ଦରମା ନିର୍ଦ୍ଧାରଣ କରାଯାଉ । ଏଥିସହ ବେସିକ ଦରମା ୧୯୦୦ରୁ ୪୨୦୦କୁ ବୃଦ୍ଧି କରିବା ପାଇଁ ଜିଦ୍ ଧରିଛି ରାଜ୍ୟ ଅମଲା ସଂଘ । ରାଜ୍ୟ ଅମଲା ସଂଘର ଆହ୍ୱାନକ୍ରମେ ଗତ ୧ ତାରିଖରୁ ସାରା ରାଜ୍ୟରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି । ସେମାନଙ୍କ ଆନ୍ଦୋଳନ ଯୋଗୁଁ ଯାଜପୁର ଜିଲ୍ଲାରେ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଜିଲ୍ଲାପାଳ ଅଫିସ ପରିସରରେ ସେମାନେ ଜୋରଦାର ପ୍ରତିବାଦ କରିଛନ୍ତି ।

ବାରମ୍ବାର ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦିଆଯାଉଛି । ହେଲେ ଏଯାଏ ଦାବି ପୂରଣ ହେଉନଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି । ତେଣୁ ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published. Required fields are marked *