ଯାଜପୁର: ଶିକ୍ଷା ସଚେତନତା ରଥ ଶୁଭାରମ୍ଭ, ବୁଲିବୁଲି ଦେଉଛି ବାର୍ତ୍ତା

ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରିଲା ଶିକ୍ଷା ସଚେତନତା ରଥ । ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସଚେତନତା ରଥର ଶୁଭାରମ୍ଭ । ସମଗ୍ର ଶିକ୍ଷା ଯୋଜନାର ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଯାଜପୁର ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରୀ, ମୁଖ୍ୟ ଅତିଥି ଭାବେ ରାଜସ୍ୱ ଅତିରିକ୍ତ ଜିଲ୍ଲାପାଳ ଦିବ୍ୟଲୋଚନ ମହାନ୍ତ ଯୋଗ ଦେଇଥିଲେ । ପତାକା ଦେଖାଇ ଶୁଭାରମ୍ଭ ହୋଇଥିଲା ସଚେତନତା ରଥ । ଯାଜପୁର ବ୍ଳକ୍ ଶିକ୍ଷାଧିକାରୀ ସ୍ମତିରେଖା ନାୟକଙ୍କ ସମେତ ବିଭିନ୍ନ ସ୍କୁଲର ଶିକ୍ଷକଶିକ୍ଷୟିତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

ଏହି ଅବସରରେ ସମସ୍ତଙ୍କ ପାଇଁ ଦିଆଯାଇଥିଲା ଶିକ୍ଷାର ବାର୍ତ୍ତା । ଏହି ବାର୍ତ୍ତା ନେଇ ୧୦ଟି ବ୍ଲକ୍ ଅଭିମୁଖେ ବାହାରିଥିଲା ୧୦ଟି ସଚେତନତା ରଥ । ଆଗାମୀ ୭ ଦିନ ଯାଏ ଜିଲ୍ଲାର ୧୦ଟି ବ୍ଳକ୍ ବୁଲିବ ରଥ । ଭିନ୍ନଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜନସଧାରଣଙ୍କୁ ଦିଆଯିବ ସଚେତନତା ବାର୍ତ୍ତା ।

Leave a Reply

Your email address will not be published. Required fields are marked *