ଯାଜପୁର: ବେଆଇନ୍ ପୋଖରୀ ଖନନକୁ ବିରୋଧ, ଦୋଷୀଙ୍କ ବିରୋଧରେ ଆକ୍ସନ କେବେ ?

ଯାଜପୁର ଦଶରଥପୁର ବ୍ଲକ୍ ବିରିପଟା ପଞ୍ଚାୟତ ବଡ଼କୁଆଁଲ ଗାଁରେ ମୁହାଁମୁହିଁ ପରିସ୍ଥିତି । ବେଆଇନ୍ ଭାବେ ପୋଖରୀ ଖନନ ଘଟଣାକୁ ନେଇ ଜମି ମାଲିକ ଓ ଗାଁ ଲୋକେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ।

ପୋଖରୀ ଖୋଳିବା କାର୍ଯ୍ୟାଦେଶ ଚିରଞ୍ଜିବ ରାଉତଙ୍କୁ ଦିଆଯାଇଥିଲା । ହେଲେ ସେ ପୋଖରୀ ନଖୋଳି ବିଭାଗୀୟ ଅଧିକାରୀଙ୍କ ସଲାସୁତୁରାରେ ଅର୍ଥ ହଡ଼ପ କରିଥିଲେ । ଘଟଣା ସମ୍ପର୍କରେ ଜାଣିବା ପରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ଗାଁ ଲୋକେ । ସେପଟେ ଚିରଞ୍ଜିବଙ୍କ ଉପରେ ଚାପ ପଡ଼ିବାରୁ ରାତାରାତି ଗାଁର ସୁଶାନ୍ତ କୁମାର ସେଠୀ ନାମକ ଜଣେ ଗରିବଙ୍କ ଜମିରେ ପୋଖରୀ ଖୋଳିଦେଇଥିଲେ । ବିନା ଆଲୋଚନାରେ କାହାକୁ ନ ଜଣାଇ ପୋଖରୀ ଖୋଳିଥିବାରୁ ପ୍ରତିବାଦ କରିଥିଲେ ସୁଶାନ୍ତ ।

ସୁଶାନ୍ତ ଏବଂ ଚିରଞ୍ଜିବଙ୍କ ମଧ୍ୟରେ ବଚସା ପରେ ଧମକ ଦେଇଥିଲେ ଚିରଞ୍ଜିବ । ଏ ନେଇ ସ୍ଥାନୀୟ ସରପଞ୍ଚ,ସମିତିସଭ୍ୟଙ୍କ ନିକଟରେ ସେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନଥିଲା । ଶେଷରେ ନିରାଶ ହୋଇ ଯାଜପୁର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *