ସାଟେଲାଇଟ ଡକିଂ ଅଭିଯାନ ସ୍ଥଗିତ କଲା ଇସ୍ରୋ

ଇସ୍ରୋର ପ୍ରଥମ ସାଟେଲାଇଟ ଡକିଂ ଅଭିଯାନ ସ୍ଥଗିତ। ଦୁଇ ସାଟେଲାଇଟ ମଧ୍ଯରେ ଗତିଜନିତ ସମସ୍ଯା ପରିଲକ୍ଷିତ ହେବା ପରେ ଏହି ନିଷ୍ପତ୍ତି ନେଇଛି ଇସ୍ରୋ। ଗତ ଜାନୁଆରୀ ୭ରେ ଏହି ପ୍ରକ୍ରିୟା ଆରମ୍ଭ ହେବାକୁ ଥିଲା ହେଲେ ପରେ ଏହାକୁ ସ୍ଥଗିତ ରଖାଯାଇଥିଲା । ଭବିଷ୍ୟତର ଅନେକ ମିଶନ ସମେତ ଚନ୍ଦ୍ରଯାନ-୪ ଦିଗରେ ଏହି ଅଭିଯାନ ସହାୟତା କରିବ ବୋଲି ଲକ୍ଷ୍ଯ ରହିଛି। ସ୍ପେସ ଡକିଂ ଏକ୍ସପେରିମେଣ୍ଟ ବା ସ୍ପେଡେକ୍ସ ସାଟେଲାଇଟ କ୍ଷେତ୍ରରେ କୌଣସି ପ୍ରତିବନ୍ଧକ ସୃଷ୍ଟି ହେବ ନାହିଁ ବୋଲି କହିଥିଲା ଇସ୍ରୋ । ଗତ ଡିସେମ୍ବର ୩୦ରେ ଇସ୍ରୋ ପକ୍ଷରୁ ପ୍ରେରଣ କରାଯାଇଥିଲା ଦୁଇଟି ଚେଜର ଓ ଟାର୍ଗେଟ ସ୍ପେଡେସ୍କ ସାଟେଲାଇଟ ।

ସ୍ପେଡେକ୍ସ ଲଞ୍ଚ ହେବା ପରେ ଏହାର ଡକିଂ ଉପରେ ଗୁରୁତ୍ବ ଦିଆଯାଉଥିଲା ଯାହାକି ବିଭିନ୍ନ ପର୍ଯ୍ୟାୟ ଉପରେ ନିର୍ଭର କରିଥାନ୍ତା । ଦୁଇଟି ଯାକ ସାଟେଲାଇଟକୁ ମନିଟରିଂ କରିବା ଲାଗି ବିଭିନ୍ନ ଗ୍ରାଉଣ୍ଡ ଷ୍ଟେସନକୁ ବ୍ୟବହାର କରାଯାଇଥାନ୍ତା । ସେକଣ୍ଡ ପ୍ରତି ୧୦ ମିଲିମିଟର ଗତିରେ ଚେଜର ସାଟେଲାଇଟ ଟାର୍ଗେଟ ସାଟେଲାଇଟରେ ପ୍ରବେଶ କରିବା ଲକ୍ଷ୍ଯ ରହିଥିଲା । ଥରେ ଦୁଇଟି ଯାକ ଉପଗ୍ରହ ପରସ୍ପର ସହ ସଂଯୁକ୍ତ ହେଲେ ଏହା ଏକ ସିଙ୍ଗଲ ୟୁନିଟରେ ପରିଣତ ହୋଇଥାନ୍ତା। ହେଲେ ଏହି ଅଭିଯାନକୁ ସ୍ତଗିତ ରଖାଯାଇଛି।

One thought on “ସାଟେଲାଇଟ ଡକିଂ ଅଭିଯାନ ସ୍ଥଗିତ କଲା ଇସ୍ରୋ

Leave a Reply

Your email address will not be published. Required fields are marked *