
ବାରବାଟୀରୁ ଭାରତୀୟ ଖେଳାଳୀ ଗଲା ପରେ ଏବେ IPL କୁ ଅପେକ୍ଷା କରିଛନ୍ତି ଦର୍ଶକ । ଭାରତୀୟ ଖେଳାଳି ମାନେ ଭାଗ ଭାଗ ହୋଇ ହାତେଇବେ ଆଇପିଏଲ ଟ୍ରଫି। ଆଉ ଜିଣିବେ ଦର୍ଶକଙ୍କ ମନ। ଗତ ବର୍ଷ ଆଇପିଏଲ ଟ୍ରଫିକୁ କୋଲକାତା କିଙ୍ଗ ରାଇଡର୍ସ ହାତେଇ ନେଇଥିଲା। କିନ୍ତୁ ଚଳିତ ବର୍ଷରେ ଆଇପିଏଲ ରେ ଘମା ଘୋଟ୍ ଲଢେଇ ହେବ। ଦମଦାରପ୍ରଦର୍ଶନ ଦେଖିବାକୁ ମିଳିବ। ହଁ ଦର୍ଶକ ବନ୍ଧୁ କାରଣ IPL ପାଇଁ ଘୋଷଣା ହୋଇଛି ତାରିଖ।
ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୧୮ତମ ସଂସ୍କରଣ କେବେ ଆରମ୍ଭ ହେବ ଏବଂ ଏହାର କାର୍ୟ୍ୟସୂଚୀ କେବେ ପ୍ରକାଶ ପାଇବ ସେ ନେଇ ସୂଚନା ମିଳିଛି । ସୂଚନା ଅନୁସାରେ , ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମେ ୨୫ରେ ଖେଳାଯିବ ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆଇପିଏଲ୍ ୨୦୨୫ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ। ନିୟମ ଅନୁଯାୟୀ ଡିଫେଣ୍ଡିଂ ଚାମ୍ପିୟନ କୋଲକାତା ନାଇଟ୍ ରାଇଡର୍ସ ଉଦଘାଟନୀ ମ୍ୟାଚରେ ନିଜ ଘରୋଇ ପଡ଼ିଆ ଇଡେନ୍ ଗାର୍ଡେନ୍ସରେ ଖେଳିବ । ତେବେ ବିସିସିଆଇ ଏପର୍ୟ୍ୟନ୍ତ ଆନୁଷ୍ଠାନିକ ଭାବେ କାର୍ୟ୍ୟସୂଚୀ ଘୋଷଣା କରିନାହିଁ।
ରିପୋର୍ଟ ଅନୁଯାୟୀ,ଜାନୁଆରୀ ୧୨ରେ ମୁମ୍ବାଇରେ ବିସିସିଆଇର ଏସଜିଏମ ପରେ ବୋର୍ଡର ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଆଇପିଏଲ ମାର୍ଚ୍ଚ ରୁ ଆରମ୍ଭ ହୋଇପାରେ ବୋଲି ସଙ୍କେତ ଦେଇଥିଲେ । ବ୍ରଡକାଷ୍ଟରମାନେ ଶନିବାରଠାରୁ ସିଜିନ୍ ଆରମ୍ଭ କରିବାକୁ ଅନୁରୋଧ କରିଥିଲେ, ଯାହାକୁ ବୋର୍ଡ ଗ୍ରହଣ କରିଛି । ଦିନେ ଦୁଇ ଦିନ ମଧ୍ୟରେ ସମ୍ପୂର୍ଣ୍ଣ କାର୍ୟ୍ୟସୂଚୀ ପ୍ରକାଶ ପାଇବ ବୋଲି ସମସ୍ତେ ଆଶା ରଖିଛନ୍ତି ।
hxebo FbaX sFYmz