
ଯାଜପୁର ଆରଟିଓ ପାଣିକୋଇଲି କେନ୍ଦୁଝର 20ନମ୍ବର ଜାତୀୟ ରାଜପଥ ଆଲିଆ ଛକ ଠାରେ ପରିବହନ ବିଭାଗ ତରଫରୁ ସମସ୍ତ ଯାତ୍ରୀ ବାହି ବସ ଗୁଡିକୁ କଡା କଡ଼ି ଯାଞ୍ଚ କରାଯାଇଛି l ଅନ୍ୟ ଜିଲ୍ଲାର ରୁଟ୍ର ପରମିଟରେ ଯାଜପୁର ଓ କେନ୍ଦୁଝରରୁ କଟକକୁ ବସ୍ ଚଳାଚଳ କରୁଛି। ମାଲିକ ନିଜର ଲାଭ ପାଇଁ ପରିବହନ ବିଭାଗକୁ ଭୁଆଁ ବୁଲାଇ ଚାଲିଛନ୍ତି । ଅନେକ ସମୟରେ ଯାତ୍ରୀଙ୍କ ଠାରୁ ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକ ଦାମ ନେଉଥିବା ଅଭିଯୋଗ ହୋଇଥିଲା l ଏହାକୁ ଆଖି ଆଗରେ ରଖି ଗାଡ଼ିର ପରମିଟ, ଲାଇସେନ୍ସ,ଅନ୍ୟାନ୍ୟ କାଗଜପତ୍ର, ଭଡ଼ା ବୋର୍ଡ ପ୍ରଦର୍ଶନ କରିବା ଏବଂ ଯାତ୍ରୀଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ କରିବାକୁ ତାଗିତ କରାଯାଇଥିଲା l ପରିବହନ ଅଧିକାରୀ ନେତୃତ୍ବରେ ହୋଇଥିବା ଏହି ଚଢ଼ାଉରେ ଦୀପକ କୁମାର ସେଠୀ, ରଜତ ଶତପଥୀ, ଜୁନିୟର ଏମ୍ଭିଆଲ ପ୍ରଦୀପ କିଶୋର ବେହେରା ଓ ଏନ୍ଫୋର୍ସମେଣ୍ଟ ସାମିଲ ହୋଇଥିଲେ। ଆଗାମୀ ଦିନରେ ପରିବହନ ନିୟମ ଉଲଂଘନ ଏବଂ ଯାତ୍ରୀଙ୍କଠାରୁ ଅଧିକ ଭଡ଼ା ନେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ ଅଧିକାରୀ ସତର୍କ କରାଇଛନ୍ତି l