ପାଣିରେ ଭାସୁଛି ଇନଡୋର ଷ୍ଟାଡିୟମ

ହୋଇଛି କୋଟି କୋଟି ଟଙ୍କା ଖର୍ଚ୍ଚ, ସରକାରଙ୍କ ଦ୍ୱାରା ନିର୍ମାଣ ହୋଇଛି ଇନଡୋର ଷ୍ଟାଡିୟମ୍ ହେଲେ ରକ୍ଷଣା ପାଇଁ ନାହିଁ ପ୍ରଶାସନର ଦୃଷ୍ଟି କୋଣ। ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହେଇଥିବାରୁ ଚାରିଆଡେ ଦେଖା ଯାଉଛି ଅସନ୍ତୋଷ। ସାମାନ୍ୟ ବର୍ଷାରେ ଷ୍ଟାଡିୟମ୍ ଭିତର କାନ୍ଥରୁ ଝରୁଛି ବର୍ଷାପାଣି। ଏହାର ଫଳରେ ଷ୍ଟାଡିୟମ୍ ପରିସରରେ ପାଣି ଭାସୁଛି । ଷ୍ଟାଡିୟମ୍ ନିର୍ମାଣ ଦାୟିତ୍ୱରେ ଥିବା ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଏହାର ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି । ସୂଚନା ଅନୁଯାୟୀ, ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ ଜି ଉଦୟଗିରି ଠାରେ ଗତ ୨୦୧୪ ମସିହା ଫେବୃୟାରୀ ୨୩ ତାରିଖ ଦିନ ବହୁମୁଖି ଇନଡୋର ଷ୍ଟାଡିୟମ୍ ଶୁଭ ଉଦଘାଟନ କରିଥିଲେ। ଏଠାରେ କ୍ରୀଡା ପ୍ରେମୀ ତଥା ସ୍ଥାନୀୟ ଜନସାଧାରଣଙ୍କ ନିମନ୍ତେ ବିଭିନ୍ନ ଖେଳ ସହ ଭାର ଉତ୍ତୋଳନ ଓ ଯୋଗ ଅଭ୍ୟାସ କରିବା ନିମନ୍ତେ ସମସ୍ତ ସୁବିଧା ଉପଲବ୍ଧ କରାଯାଇଥିବା ସତ୍ୱେ ରକ୍ଷଣା ବେକ୍ଷଣ ନିମନ୍ତେ ନାହିଁ କିଛି ବ୍ୟବସ୍ତା।

କିନ୍ତୁ ଦୁଃଖର ବିଷୟ, ଷ୍ଟାଡିୟମର ମୁଖ୍ୟ ଦ୍ଵାର ପାଖରେ ବର୍ଷା ହେଲେ ଛାତରୁ ପାଣି ପଡିବା ସହିତ ଭିତରେ ହୋଇଥିବା ସିଲିଂ ପୁରା ଭାଙ୍ଗି ନଷ୍ଟ ହୋଇ ଗଲାଣି । ଯାହା ଫଳରେ ସିଲିଂରୁ ପ୍ରବଳ ପାଣି ପଡ଼ି ଷ୍ଟାଡିୟମ୍ ଭିତରକୁ ପଶୁଛି। ଦିନ ବେଳେ କାର୍ଯ୍ୟରତ କର୍ମଚାରୀ ୱାଇପର ସାହାର୍ଯ୍ୟରେ ପାଣି ନିଷ୍କାସନ କରୁଛନ୍ତି। ରାତିରେ ବର୍ଷା ହେଲେ ପାଣି ଷ୍ଟାଡିୟମ୍ ଭିତରେ ମଧ୍ୟ ଚାଲୁଛି । ଏଥି ପ୍ରତି ପ୍ରଶାସନର ନିଘା ନାହିଁ । ନିର୍ମାଣ ସମୟରୁ ଏହାର ଅବସ୍ଥା ଦୟନୀୟ ହେବାର ଦେଖିବାକୁ ମିଳିଛି। ସେହିଭଳି ଭିତର ହଲରେ ବହୁ ଲାଇଟ୍ ନ ଜାଳିବା ସହ ବ୍ୟାୟାମ କୋଠରୀରେ ଲାଗିଥିବା ଛଅ ଟି ଏ.ସି ମଧ୍ୟ କାମ କରୁନାହିଁ। ଏପରି ଅବସ୍ଥାରେ ରହିଅଛି ଇନଡୋର ଷ୍ଟାଡିୟମ୍ ଦ୍ଵାରା କ୍ରୀଡା ପ୍ରେମୀ ମାନେ କ୍ଷୋଭ ପ୍ରକାଶ କରିଛନ୍ତି । ତେବେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଏଣୁ ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ସ୍ଥାନୀୟ କ୍ରୀଡା ପ୍ରେମୀ ।